ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍, ଏକକ ଫାଇନାଲରେ ପ୍ରମୋଦ

Advertisment
ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍, ଏକକ ଫାଇନାଲରେ ପ୍ରମୋଦ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ବୁଧବାରଠୁ ଆରମ୍ଭ ହୋଇଥିବା ଜାପାନ୍‌ ପା‌ରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ତା’ ସହ ସେ ଆଉ ଏକ ଅନ୍ତର୍ଜାତୀୟ ପଦକ ପକ୍କା କରି ‌ନେଇଛନ୍ତି। ସେମିଫାଇନାଲରେ ପ୍ରମୋଦ ଇଣ୍ଡୋନେସିଆର ମାମନ ନୁର୍ଜାମନଙ୍କୁ ୨୧-୭, ୨୧-୧୭ ସେଟ୍‌ରେ ପରାସ୍ତ କରିଥିଲା ବେଳେ ଏହା ପୂର୍ବରୁ କ୍ବାର୍ଟର ଫାଇନାଲରେ ଭାରତର ବିକ୍ରମ କୁମାରଙ୍କୁ ୨୧-୧୭, ୨୧-୧୭ ସେଟ୍‌ରେ ପରାସ୍ତ କରିଥିଲେ। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସେ ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe