ଆୟର୍ଲାଣ୍ଡ ପାରାବ୍ୟାଡ୍‌ମିଣ୍ଟନ ଫାଇନାଲ୍‌ରେ ପ୍ରମୋଦ: ସେମିରେ ହାରି ଦୀପରଞ୍ଜନ କାଂସ୍ୟରେ ସନ୍ତୁଷ୍ଟ

Advertisment
ବ୍ରାଜିଲ ପାରାବ୍ୟାଡ୍‌ମିଣ୍ଟନ: ପଦକ ପକ୍କା କଲେ ପ୍ରମୋଦ

Indian Daily Post

ଭୁବନେଶ୍ବର: ଆୟର୍ଲାଣ୍ଡର ରାଜଧାନୀ ଡବଲିନ୍‌ଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆୟର୍ଲାଣ୍ଡ ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲ୍‌ରେ ଓଡ଼ିଆ ତାରକା ପ୍ରମୋଦ ଭଗତ ପହଞ୍ଚିଛନ୍ତି। ବିଶ୍ବର ଏହି ଏକ ନମ୍ବର ଖେଳାଳି ଏସ୍‌ଏଲ୍‌-୩ ସେମିଫାଇନାଲ୍‌ରେ ଜାପାନର ଡାଇସୁଖ ଫୁଜିହାରାଙ୍କୁ ୨୧-୧୫ ଓ ୨୧-୧୫ରେ ପରାସ୍ତ କରିଥିଲେ। ଫାଇନାଲ୍‌ରେ ପ୍ରମୋଦଙ୍କ ମୁକାବିଲା ଇଂଲଣ୍ଡର ଡାନିଏଲ୍‌ ବିଥେଲଙ୍କ ସହ ହେବ। ତେବେ ଅନ୍ୟତମ ଓଡ଼ିଆ ଖେଳାଳି ଦୀପରଞ୍ଜନ ବିଷୋଇ ଏସ୍‌ଏଲ୍‌-୪ ଏକକ ସେମିଫାଇନାଲ୍‌ରେ ହାରି ଯାଇଛନ୍ତି। ଶୁକ୍ରବାର ବାଇ ପାଇଥିବା ଦୀପରଞ୍ଜନ ଶନିବାର ସେମିରେ ବିଶ୍ବ ମାନ୍ୟତାର ଦ୍ବିତୀୟ ଫ୍ରାନ୍‌ସ ତାରକା ଲୁକାସ ମଜୁରଙ୍କ ନିକଟରୁ ୧୧-୨୧ ଓ ୭-୨୧ରେ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe