ଈଶାନ୍ତ, ବୁମ୍‌ରା, ସାମିଙ୍କୁ ଯୋଡ଼ି ହୋଇ ଖେଳିବାକୁ ପ୍ରସାଦଙ୍କ ପରାମର୍ଶ

Advertisment
ଈଶାନ୍ତ, ବୁମ୍‌ରା, ସାମିଙ୍କୁ ଯୋଡ଼ି ହୋଇ ଖେଳିବାକୁ ପ୍ରସାଦଙ୍କ ପରାମର୍ଶ

ନୂଆଦିଲ୍ଲୀ : ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମିଙ୍କୁ ନେଇ ଗଠିତ ଭାରତୀୟ ଦ୍ରୁତ ବୋଲିଂ ବାହିନୀ ସଂପ୍ରତି ବିଶ୍ବର ଶ୍ରେଷ୍ଠ ମଧ୍ୟରେ ଗଣାଯାଉଛି। ଏହି ତିନି ଜଣ ଯେଉଁଠାରେ ଖେଳୁଛନ୍ତି ସେଠାରେ ବିପର୍ଯ୍ୟୟ ଘଟାଉଛନ୍ତି। ଏମିତି କି ଗୋଟିଏ ଟେଷ୍ଟ୍‌ର ସମସ୍ତ ୨୦ ୱିକେଟ୍‌ ଏହି ୩ ଜଣ ବାଣ୍ଟି ନେଉଛନ୍ତି। ଫଳରେ ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀ ଭାରତର ବିଜୟରେ ଏମାନଙ୍କୁ ଶ୍ରେୟ ‌ଦେଇଥା’ନ୍ତି।

ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନା‌ଲ୍‌ ଏବଂ ‌ଘରୋଇ ଦଳ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ଲାଗି ସଂପ୍ରତି ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ ଦଳ। ସେଠାକାର ପରିବେଶ ଅନୁଯାୟୀ ଏମାନଙ୍କ ବୋଲିଂ ‌ଶୈଳୀ ପାଇଁ ପ୍ରମୁଖ ଖେଳାଳି ଭାବେ ଗଣାଯାଉଛନ୍ତି। ଇଂଲଣ୍ଡରେ ୩ ଟେଷ୍ଟ୍‌‌ ଖେଳି ୨୫.୯୨ ହାରାହାରିରେ ୧୪ ୱିକେଟ୍‌ ନେଇଛନ୍ତି। ସେହିଭଳି ଇଶାନ୍ତ ୧୨ ମ୍ୟାଚ୍‌ ଖେଳି ୩୩.୯ ହାରାହାରିରେ ୪୩ ଏବଂ ସାମି ୮ ମ୍ୟାଚ୍‌ରେ ୪୭.୦୪ ହାରାହାରିରେ ୨୧ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏମାନଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେସ ପ୍ରସାଦଙ୍କୁ ଏକ କାର୍ଯ୍ୟକ୍ରମରେ ପ୍ରଶ୍ନ କରଯାଇଥିଲା। ଏହାର ଉତ୍ତରରେ ପ୍ରସାଦ କହିଥିଲେ ଯେ ଦ୍ରୁତ ବୋଲର ପାଇଁ ବ୍ୟକ୍ତିଗତ ନୁ‌ହେଁ। ସାଥୀ ହୋଇ ଖେଳିବା ଆବଶ୍ୟକ। ଏଥିସହ ସେ ଜଭଗଲ ଶ୍ରୀନାଥଙ୍କ ସହ ତାଙ୍କ ଭାଗୀଦାରିର ଉଦାହରଣ ଦେଇଥିଲେ। ଈଶାନ୍ତ, ବୁମ୍‌ରା, ସାମିଙ୍କୁ ଏକାଠି ହୋଇ ଖେଳିବାକୁ ପରାମର୍ଶ ଦେଇଥିଲେ। ଯାହ ଦଳକୁ ଆଗରେ ରଖିବ ବୋଲି ସେ କହିଥିଲେ।

‘‘ମୁଁ ଶ୍ରୀନାଥଙ୍କୁ ନେଇ ଏକ ଉଦାହରଣ ଦେଉଛି। ସେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇ ମୋ ପାଇଁ ସୁଯୋଗ ଆଣନ୍ତି ଏବଂ ଏହାର ବିନିଯୋଗ କରି ୱିକେଟ୍‌ ନେଇଥାଏ। ମୁଁ ୱିକେଟ୍‌ଟେକର ବୋଲର ବୋଲି ଏହା ‌ତାହା ନୁହେଁ। ସେ ‌ବ୍ୟାଟର୍‌ ଉପରେ ଚାପ ପକାନ୍ତି। ସେ ସମୟରେ ସାଥୀ ସହ କିପରି ଯିବ ତାହା ତୁମ ଉପରେ ନିର୍ଭର। ସାଥୀକୁ ବୁଝିବା ଆବଶ୍ୟକ। ବୁମ୍‌ରା ବୋଲିଂ କରୁଥିଲା ବେଳେ ଅନ୍ୟମାନେ ବ୍ୟାଟର୍‌ ଉପରେ ଆକ୍ରମଣ ନୁହେଁ ଚାପ ପକାଇବାକୁ ପଡ଼ିବ’’ ବୋଲି ପ୍ରସାଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe