ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଭୁବନେଶ୍ବର, କଟକ ବିଜୟୀ

ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଭୁବନେଶ୍ବର, କଟକ ବିଜୟୀ

ଭୁବନେଶ୍ବର: ଭୁବନେଶ୍ବର ବାର୍‌ ଆସୋସିଏସନ୍‌ (ବିବିଏ) ପକ୍ଷରୁ ଷଷ୍ଠ ବାର୍ଷିକ ପ୍ରଶାନ୍ତ ରାଉତରାୟ ସ୍ମାରକୀ ରାଜ୍ୟସ୍ତରୀୟ ଆଇନଜୀବୀ କ୍ରିକେଟ୍ ପ୍ରତିଯୋଗିତା ଶନିବାରଠାରୁ ବିଜେବି କଲେଜ ପଡିଆରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ପୁରୀକୁ ଭୁବନେଶ୍ବର ୪ ୱିକେଟ୍‌ରେ ପରାସ୍ତ କରିଛି। ପୁରୀର ୧୬୬ ରନ୍ ଜବାବରେ ଭୁବନେଶ୍ବର ୬ ୱିକେଟ୍ ବିନିମୟରେ ୧୭୦ ରନ୍‌ କରି ନେଇଥିଲା। ୫୩ ବଲ୍‌ରୁ ୮୮ ରନ୍‌ କରିଥିବା ଭୁବନେଶ୍ବରର ତପନ ବାହୁବଳେନ୍ଦ୍ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ସୀତାଂଶୁ ମୋହନ ଦ୍ବିବେଦୀ ପୁରସ୍କାର ପ୍ରଦାନ କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ କଟକ କ୍ରିମିନାଲ୍‌ ବାର୍‌ ୪ ୱିକେଟ୍‌ରେ ବାଲେଶ୍ବର ବାର୍‌କୁ ପରାସ୍ତ କରିଥିଲା। ୧୫୪ ରନ୍‌ ବିଜୟ ଲକ୍ଷ୍ୟକୁ କଟକ ୧୫.୩ ଓଭରରେ ହାସଲ କରି ନେଇଥିଲା। କୌଶିକ ସ୍ବାଇଁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଆତ୍ମା ପ୍ରକାଶ ମହାନ୍ତି।

ଶନିବାର ସକାଳେ ଏହି ପ୍ରତିଯୋଗିତାକୁ ସିବିଆଇ ବିଚାରପତି ଗୋପାଳ ବେହେରା, ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା, ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ବିଜେବି ମହାବିଦ୍ୟାଳୟ ଅଧ୍ୟକ୍ଷା ସୁପ୍ରଭା ପଟ୍ଟନାୟକ ଏବଂ ବରିଷ୍ଠ ଆଇନଜୀବୀ ନିର୍ମଳ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ବିବିଏ ସଭାପତି ବୀରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି (ଭୂପନ), ପ୍ରତିଯୋଗିତା ସମିତି ଅଧ୍ୟକ୍ଷ ଅଶୋକ ପାତ୍ର, ଶୀଳଭଦ୍ର ଶାସ୍ତ୍ରୀ, ବିପିନ ବଳିଆରସିଂହ, ଜୟନ୍ତ ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe