କଟକ: କଲେଜ ଛକ ସ୍ଥିତ ଆଇଏସ୍ ଚେସ୍ ସେଣ୍ଟର ପକ୍ଷରୁ ପ୍ରତ୍ୟାଶା ଜେନାଙ୍କୁ ସମ୍ବର୍ଧିତ କରାଯାଇଛି। କର୍ଣ୍ଣାଟକଠାରେ ଅନୁଷ୍ଠିତ ୭ ବର୍ଷରୁ କମ୍ ଜାତୀୟ ବାଳିକା ଚେସ୍ ପ୍ରତିଯୋଗିତାରେ ପ୍ରତ୍ୟାଶା ୧୪ତମ ସ୍ଥାନ ଅଧିକାର କରିଥିଲେ। କଟକ କେନ୍ଦ୍ରର ନିର୍ଦ୍ଦେଶକ ମାନସ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମ୍ବର୍ଧନା ସଭାରେ ଆନ୍ତର୍ଜାତିକ ଆର୍ବିଟର ତଥା ପ୍ରଶିକ୍ଷକ ତାପସ ମହାନ୍ତି, ଶଙ୍କର ରାଓ, ସୁମିତ୍ ବାନାର୍ଜୀ, ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତ୍ୟାଶାଙ୍କୁ ସମ୍ବର୍ଧନା
Advertisment
Follow Us