କଲମ୍ବୋ: ଏକ ମ୍ୟାଚ୍ ଫିକ୍ସିଂ ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ଶ୍ରୀଲଙ୍କାର ସ୍ପିନର ପ୍ରବୀଣ ଜୟବିକ୍ରମାଙ୍କୁ ଆଇସିସି ପଠାଇଛି। ପ୍ରବୀଣ ତିନିଥର ଆଇସିସିର ଦୁର୍ନୀତି ନିରୋଧୀ ଆଇନ୍କୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଆନ୍ତର୍ଜାତିକ ମ୍ୟାଚ୍ ଓ ୨୦୨୧ର ଲଙ୍କା ପ୍ରିମିୟର ଲିଗ୍ରେ ମ୍ୟାଚ୍ ଫିକ୍ସିଂ ମାମଲାରେ ଆଇସିସି ଦୁର୍ନୀତି ନିବାରଣ ୟୁନିଟ୍ ପାଖରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ପ୍ରବୀଣ ଆଦୌ ଆସି ନଥିଲେ। ତଦନ୍ତରେ ସହଯୋଗ କରୁ ନଥିବାରୁ ଏଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ବେଳେ ନିଜ ପକ୍ଷ ରଖିବା ପାଇଁ ୧୪ ଦିନ ସମୟ ଦିଆଯାଇଥିବା ଜଣାପଡ଼ିଛି। ଆଇସିସିର ଦୁର୍ନୀତି ନିବାରଣ ଧାରା ୨.୪.୪ ଅନୁଯାୟୀ ତାଙ୍କୁ ନୋଟିସ୍ ହୋଇଥିଲା ବେଳେ ଧାରା ୨.୪.୭, ୧.୭.୪.୧ ଓ ୧.୮.୧ ଅନୁଯାୟୀ ତାଙ୍କ ବିରୋଧରେ ମାମଲା କରାଯାଇଛି।
ପ୍ରବୀଣ ଜୟବିକ୍ରମା ମ୍ୟାଚ୍ ଫିକ୍ସିଂରେ ସଂପୃକ୍ତ
Advertisment
Follow Us