ଅବସର ନେଲେ ପ୍ରବୀଣ

Advertisment
ଅବସର ନେଲେ ପ୍ରବୀଣ

ମୁମ୍ବାଇ: ପୂର୍ବତନ ଭାରତୀୟ ତଥା ଉତ୍ତରପ୍ରଦେଶ ଦ୍ରୁତ ବୋଲର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଉଭୟ ପଟକୁ ବଲ୍ ଘୂରାଇବା ଏବଂ ଲମ୍ବା ସ୍ପେଲ୍ ପକାଇବା‌ ଦକ୍ଷତା ପାଇଁ ପ୍ରବୀଣ ବେଶ୍ ପରିଚିତ ଥିଲେ। ୨୦୦୭ରୁ ୨୦୧୨ ମଧ୍ୟ‌େର ଭାରତ ପକ୍ଷରେ ସେ ୮୪ ଅନ୍ତର୍ଜାତୀୟ ମ୍ୟାଚ୍ (୬ ଟେଷ୍ଟ, ୬୮ ଦିନିକିଆ, ୧୦ ଟ୍ବେଣ୍ଟି-୨୦) ଖେଳି ୧୧୨ ୱିକେଟ୍ ଅକ୍ତିଆର କରିଥିଲେ। ୨୦୦୭ରେ ପାକିସ୍ତାନ ବିପକ୍ଷରେ ସେ ନିଜ ଦିନିକିଆ ଜୀବନ ଆରମ୍ଭ କରିଥିଲେ। ଖେଳ ଜୀବନ ଆରମ୍ଭରେ ସେ ଜଣେ ଅଲରାଉଣ୍ଡର ଭାବେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ପରବର୍ତୀ ସମୟରେ କିନ୍ତୁ ବିଶେଷଜ୍ଞ ବୋଲର ପାଲଟି ଯାଇଥିଲେ। ସେ ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୨ରେ ଢାକାଠାରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe