ଦଳ ହାରିବା ପରେ ଏଭଳି ଥିଲା ପ୍ରୀତିଙ୍କ ପ୍ରତିକ୍ରିୟା

fwe

fw Photograph: (g)

ମୁଲାନପୁର: ଆଇପିଏଲ କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପଞ୍ଜାବ କିଙ୍ଗସକୁ ୮ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ମୁଲାନପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବର ପ୍ରଦର୍ଶନ ନିରାଶାଜନକ ଥିଲା, ଯାହାକୁ ଦେଖି ଦଳର ସହ-ମାଲିକାଣୀ ପ୍ରୀତି ଜିଣ୍ଟା ବହୁତ ନିରାଶ ହୋଇଥିଲେ। ତାଙ୍କର ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆରସିବି ଅଧିନାୟକ ରଜତ ପଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୨୪.୧ ଓଭର ଭିତରେ ସରିଯାଇଥିଲା ଆଇପିଏଲ୍‌ର ପ୍ରଥମ କ୍ବାଲିଫାୟାର୍‌। ଗୁରୁବାର ଲିଗ୍ ଟପ୍ପର ପଞ୍ଜାବ କିଙ୍ଗ୍ସକୁ ଏକତରଫା ଭାବେ ୮ ୱିକେଟ୍‌ରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ ବର୍ଷ ପରେ ଫାଇନାଲ୍‌ରେ ପ୍ରବେଶ କରିଥିଲା।‌ କେବେ ବି ଟ୍ରଫି ଜିତିନଥିବା ଏହି ଦଳ ମୋଟ ଉପରେ କିନ୍ତୁ ଚତୁର୍ଥ ଥର (୨୦୦୯, ୨୦୧୧, ୨୦୧୬, ୨୦୨୫) ଫାଇନାଲ୍ ଖେଳିବ। ‌ତେବେ ପଞ୍ଜାବ  କ୍ୱାଲିଫାୟର-୧ରେ ହାରିବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରୀତି ଜିଣ୍ଟା କେତେ ନିରାଶ ହୋଇପଡ଼ିଥିଲେ ତାହା ସମସ୍ତେ ଦେଖିଥିଲେ। ମ୍ୟାଚ୍ ଆରମ୍ଭରୁ ପ୍ରୀତି ବହୁତ ଉତ୍ସାହିତ ଥିବା ଦେଖାଯାଇଥିଲା। ହେଲେ ଗୋଟେ ପରେ ଗୋଟେ ଖେଳାଳି ଆଉଟ୍ ହେବା ପ‌ରେ ତାଙ୍କ ମୁହଁର ଖୁସି କୁଆଡେ ଉଭାନ ହୋଇଯାଇଥିଲା, ଯାହା ଭାଇରାଲ ହେଉଥିବା ଫଟୋରେ ସ୍ପଷ୍ଟ ଜଣାପଡ଼ୁଛି।

କ୍ୱାଲିଫାୟର-୧ ପରେ ଶ୍ରେୟସ ଆୟରଙ୍କ ପଞ୍ଜାବ ଦଳ ପାଖରେ ଫାଇନାଲ୍ ପ୍ରବେଶ ପାଇଁ ଦ୍ବିତୀୟ ସୁଯୋଗ ରହିଛି। ରବିବାର ଏହି ଦଳ କ୍ବାଲିଫାୟାର୍‌-୨ରେ ଦ୍ବିତୀୟ ଭାଗ୍ୟପରୀକ୍ଷା କରିବ। ଆଜି ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ-ଗୁଜରାଟ ଟାଇଟନ୍ସର ଏଲିମିନେଟର୍‌ ବିଜେତା ଦଳକୁ ଅହମଦାବାଦରେ ଭେଟିବ ପଞ୍ଜାବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe