ପ୍ରିମିୟର ଲିଗ୍, ଲା’ ଲିଗା, ସିରିଜ୍‌ ଏ’ରେ ୫୦ ଗୋଲ୍ ଦେବାରେ ରୋନାଲ୍‌ଡୋ ପ୍ରଥମ

Advertisment
ଫିଫା ବିଶ୍ବକପ୍‌: ରୋନାଲ୍ଡୋଙ୍କ ପାଇଁ ଶେଷ ସୁଯୋଗ

Bleacher Report

ପ୍ୟାରିସ୍‌: ପର୍ତ୍ତୁଗାଲର ମହାନ ଫୁଟ୍‌ବଲର୍‌‌ କ୍ରିଷ୍ଟିଆନୋ ରୋନାଲ୍‌ଡୋ ସୋମବାର ଆଉ ଏକ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ବିଶ୍ବର ତିନିଟି ପ୍ରସିଦ୍ଧ ଫୁଟ୍‌ବଲ୍ ପ୍ରତିଯୋଗିତା ଯଥା ପ୍ରିମିୟର ଲିଗ୍, ଲା’ ଲିଗା ଓ ସିରିଜ୍ ଏ’ରେ ୫୦ଟି ଲେଖାଏଁ ଗୋଲ୍ ଦେବାରେ ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି ସେ। ଲାଜିରୋ ଦଳ ବିପକ୍ଷରେ ଗୋଲ୍ କରି ରୋନାଲ୍‌ଡୋ ଏହି ବିରଳ ସଫଳତା ଲାଭ କରିଥିଲେ। ଇଟାଲୀୟ କ୍ଲବ୍ ଜୁଭେଣ୍ଟସରେ ଯୋଗଦେବା ପରେ ଏହା ତାଙ୍କର ୫୦ତମ ଗୋଲ୍ ଥିଲା। ୩୫ ବର୍ଷୀୟ ରୋନାଲ୍‌ଡୋ ମଧ୍ୟ ସିରିଜ୍ ଏ’ରେ ୫୦ତମ ଗୋଲ୍ ଦେବାରେ ୧୯୯୫ ମସିହା ପରଠାରୁ ଦ୍ରୁତତମ ଖେଳାଳି ହୋଇଥିଲେ। ସେ ମଧ୍ୟ ଗୋଟିଏ ଋତୁରେ ୧୨ ପେନାଲ୍ଟି ଗୋଲ୍ କରିବାରେ ଜିଓସେପେ ସିଗନୋରି (୧୯୯୪-୯୫)ଙ୍କ ସହ ସମକକ୍ଷ ହୋଇଥିଲେ। ସ୍ପେନୀୟ କ୍ଲବ୍ ରିଅଲ ମାଦ୍ରିଦରେ ଗୋଟିଏ ଦଶନ୍ଧି କାଟିବା ପରେ ୨୦୧୮-୧୯ ଋତୁରେ ରୋନାଲ୍‌ଡୋ ଇଟାଲୀୟ କ୍ଲବ୍ ଜୁଭେଣ୍ଟସରେ ଯୋଗଦେଇଥିଲେ।

ରିଅଲ ମାଦ୍ରିଦରେ ଥିଲା ବେଳେ ସେ ଚାରିଟି ଚାମ୍ପିଅନ୍ସ ଲିଗ୍ ଟ୍ରଫି ଜିତିଥିଲେ। ରିଅଲ ମାଦ୍ରିଦ ପୂର୍ବରୁ ସେ ମାଞ୍ଚେଷ୍ଟର ୟୁନାଇଟେଡ୍‌ରେ ଥିଲେ। ଉଭୟ ମାଞ୍ଚେଷ୍ଟର ୟୁନାଇଟେଡ୍ ଓ ରିଅଲ ମାଦ୍ରିଦରେ ସେ ଶତାଧିକ ଗୋଲ୍ କରିଥିଲେ। ମାଞ୍ଚେଷ୍ଟର ପକ୍ଷରୁ ୨୯୨ ମ୍ୟାଚ୍ ଖେଳି ୨୯୨ ଏବଂ ରିଅଲ ମାଦ୍ରିଦ ପକ୍ଷରୁ ୪୩୮ ମ୍ୟାଚ୍ ଖେଳି ରୋନାଲ୍‌ଡୋ ୪୫୦ ଗୋଲ୍ କରିଥିଲେ। ଅନ୍ତର୍ଜାତୀୟସ୍ତରରେ ରୋନାଲଡୋ ୯୯ ଗୋଲ୍ କରିଛନ୍ତି। ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ବର୍ଷ ମଧ୍ୟ ଜୁଭେଣ୍ଟସ୍ ସିରିଜ୍ ଏ' ଟ୍ରଫି ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe