କବିତାଙ୍କୁ ରାଷ୍ଟ୍ରପତି ପୁରସ୍କାର

Advertisment

ସିଲି ପଏଣ୍ଟ୍‌

ସିଲି ପଏଣ୍ଟ୍‌

କବିତାଙ୍କୁ ରାଷ୍ଟ୍ରପତି ପୁରସ୍କାର

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଭାବେ ଡବ୍‌ଲ୍ୟୁଡବ୍‌ଲ୍ୟୁଇ ବିକାଶ ଚୁକ୍ତି କରିଥିବା କବିତା ଦେବୀଙ୍କୁ ମିଳିଛି ରାଷ୍ଟ୍ରପତି ସମ୍ମାନ। ଦେଶ ପାଇଁ ‘ପ୍ରଥମ ମହିଳା’ ସମ୍ମାନ ଅର୍ଜନ କରିଥିବା ୧୧୨ ଜଣଙ୍କୁ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ପୁରସ୍କାର ପ୍ରଦାନ କରିଥିବାବେଳେ କବିତାଙ୍କୁ ମିଳିଛି ଏହି ସମ୍ମାନ। ଗତ ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପୁରସ୍କାର ପ୍ରଦାନ ଉତ୍ସବକୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆୟୋଜନ କରିଥିଲେ। କ୍ରୀଡ଼ା, ବ୍ୟବସାୟ, ସୁରକ୍ଷା କ୍ଷେତ୍ରରେ ଏଭଳି ନିଆରା କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଟ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା। କବିିତା ଦେବୀଙ୍କ ସହିତ ପ୍ରଥମ ଏଭେରେଷ୍ଟ ବିଜୟିନୀ ଭାରତୀୟ ବଚେନ୍ଦ୍ରୀ ପାଲ୍‌, ମର୍ଚାଣ୍ଟ ନାଭିର ପ୍ରଥମ ମହିଳା କ୍ୟାପଟେନ୍‌ ରାଧୀକା ମେନନ୍‌ ମଧ୍ୟ ସାମିଲ ଥିଲେ। ଡବ୍‌ଲ୍ୟୁଡବ୍‌ଲ୍ୟୁଇ ଚୁକ୍ତି ସହିତ ପ୍ରଥମ ଭାରତୀୟ ମହିଳା ଭାବେ ମଧ୍ୟ ସେ ଏଥିରେ ଲଢ଼େଇ କରି ଗତବର୍ଷ ନୂଆ ଇତିହାସ ରଚିଥିଲେ। ପୂର୍ବତନ ବିଶ୍ୱ ହେଭିେଓ୍ଵଟ୍‌ ବିଜେତା ଖଲିଙ୍କ ଛାତ୍ରୀ କବିତା ଦେବୀ ଖୁବ୍‌ ଶୀଘ୍ର ଆମେରିକାର ଅର୍ଲାଣ୍ଡୋରେ ଡବ୍‌ଲ୍ୟୁଡବ୍‌ଲ୍ୟୁଇ ପ୍ରଦର୍ଶନ କେନ୍ଦ୍ରରେ ତାଲିମ ନେବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe