SACricketmag
ଦୁବାଇ : ଚାପବିହୀନ କ୍ରିକେଟ୍ ବିରକ୍ତିକର ବୋଲି ମତ ଦେଇଛନ୍ତି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ର ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର୍ କ୍ରିସ ମୋରିସ୍। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୪ ଋତୁ ବିତାଇବା ପରେ ଏହି ଉପଯୋଗୀ ଅଲରାଉଣ୍ଡର୍ ଏବେ ବିରାଟ କୋହଲିଙ୍କ ଦଳକୁ ସନ୍ତୁଳନ ସ୍ତରକୁ ଆଣିବାରେ ଅନ୍ୟତମ ପ୍ରମୁଖ ଖେଳାଳି ପାଲଟିଛନ୍ତି।
ଆହତ କାରଣରୁ ପ୍ରଥମ ୪ ମ୍ୟାଚ୍ ଖେଳିନପାରିବା ପରେ ଅଦ୍ୟାବଧି ୫ ମ୍ୟାଚ୍ରୁ ୯ ୱିକେଟ୍ ଦଖଲ କରିସାରିଛନ୍ତି। ଓଭର ପିଛା ୫ ହାରରେ ରନ୍ ବ୍ୟୟ କରୁଥିବାରୁ ମୋରିସଙ୍କୁ ମଧ୍ୟ ବିରାଟ କୋହଲି ପ୍ରଶଂସା କରିସାରିଛନ୍ତି। ନଭଦୀପ ସୈନିଙ୍କ ସହ ମିଶି ଆର୍ସିବିର ଡେଥ୍ ବୋଲିଂରେ ବି ସାମର୍ଥ୍ୟକୁ ବଢ଼ାଇଛନ୍ତି। 'ଆମେ ଅନେକ କିଛି ହୋମୱାର୍କ କରିଆସିଛୁ। ମ୍ୟାଚ୍ ପାଇଁ ସବୁ ଆବଶ୍ୟକତାକୁ ବି ଯୋଜନା ମୁତାବକ ରଖିଛୁ। କିଛି ଭଲ ରହିଲେ ପ୍ଲାନ୍ 'ବି', ଏହା ନ ହେଲେ ପ୍ଲାନ୍ 'ସି' ବି କାମରେ ଲଗାଇଥାଉ ବୋଲି କହିଥିଲେ ଏହି ୩୩ ବର୍ଷୀୟ ତାରକା।
Follow Us