ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ପ୍ରିଟୋରିଅସ୍‌

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ପ୍ରିଟୋରିଅସ୍‌

Hindustan Times

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର ଡ୍ବାଇନ୍‌ ‌ପ୍ରିଟୋରିଅସ୍‌ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ସେ ଟ୍ବେଣ୍ଟି-୨୦ ଏବଂ ଅନ୍ୟ ଛୋଟ ଫର୍ମାଟ୍‌ ଲିଗ୍‌ ଉ‌ପରେ ଅଧିକ ଧ୍ୟାନ ଦେବା ‌ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୬ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ୩୩ ବର୍ଷୀୟ ପ୍ରିଟୋରିଅସ୍‌ ଦକ୍ଷିଣ ଆଫ୍ରିକା ପାଇଁ ୩୦ ଟ୍ବେଣ୍ଟି-୨୦, ୨୭ ଦିନିକିଆ ଏବଂ ୩ ଟେଷ୍ଟ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକାର ଟ୍ବେଣ୍ଟି-୨୦ ଶ୍ରେଷ୍ଠ ବୋଲିଂ କୀର୍ତ୍ତିମାନ ପ୍ରିଟୋରିଅସ (୫/୧୭ ବନାମ ପାକିସ୍ତାନ, ୨୦୨୧)ଙ୍କ ନାମରେ ରହିଛି।

‘‘କିଛି ଦିନ ତଳେ ମୋ କ୍ରିକେଟ୍‌ କ୍ୟାରିୟର ଉପରେ ଭାବିଥିଲି ଏବଂ ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଲି। ଭବିଷ୍ୟତରେ ଟ୍ବେଣ୍ଟି-୨୦ ଓ ଅନ୍ୟ ଫର୍ମାଟ୍‌ରେ ମନୋନିବେଶ କରିବି। ଜୀବନରେ ମୋର ଏକମାତ୍ର ଲକ୍ଷ୍ୟ ଥିଲା ଦକ୍ଷିଣ ଆଫ୍ରିକା ପାଇଁ ଖେଳିବା। ଏହା କିପରି ହେବ ମୁଁ ଜାଣି ନଥିଲି, କିନ୍ତୁ ଭଗବାନ ମୋତେ ପ୍ରତିଭା ଏବଂ ସଫଳତା ଲାଗି ଇଚ୍ଛା ଦେଇଥିଲେ। ବାକି ସବୁ ତାଙ୍କ ହାତରେ ଥିଲା। ଜାତୀୟ ଦଳ ଛାଡ଼ିବା ପରେ ମୁଁ ମୁକ୍ତ ଭାବେ ଛୋଟ ଫର୍ମାଟ୍‌ ଲିଗ୍‌ ଗୁଡ଼ିକରେ ଖେଳି ପାରିବି। ଏଥିସହ ମୋ କ୍ୟାରିୟର ଓ ପରିବାରିକ ଜୀବନରେ ସନ୍ତୁଳନ ଆଣିପାରିବି’’ ବୋଲି ପ୍ରିଟୋରିଅସ କହିଛନ୍ତି। ପ୍ରିଟୋରିଅସ ସଂପ୍ରତି ଅନେକ ଟ୍ବେଣ୍ଟି-୨୦ ଫ୍ରାଞ୍ଚାଇଜ୍‌ ସହ ଚୁକ୍ତିବଦ୍ଧ ଅଛନ୍ତି। ସେ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ, ଦ ହଣ୍ଡ୍ରେଡ୍‌ରେ ୱେଲ୍ସ ଫାୟାର, ସିପିଏଲ୍‌ ଓ ଏସ୍‌ଏଟ୍ବେଣ୍ଟିରେ ଡର୍ବାନ ସୁପର ଜାଏଣ୍ଟସ୍‌ ଦଳ ସହ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe