ପ୍ରିନସେସ୍ କପ୍ ଭଲିବଲ୍‌: ଭାରତର ହ୍ୟାଟ୍ରିକ୍ ବିଜୟ

Advertisment
ପ୍ରିନସେସ୍ କପ୍ ଭଲିବଲ୍‌: ଭାରତର ହ୍ୟାଟ୍ରିକ୍ ବିଜୟ

Boxscore News

ଭୁବନେଶ୍ବର: ଥାଇଲାଣ୍ଡର ନାଖୋନ ପଥୁମଠାରେ ଚାଲିଥିବା ‘୨୧ତମ ପ୍ରିନ୍‌ସେସ୍‌ କପ୍‌’ ତୃତୀୟ ଏଭିସି ମହିଳା ଚ୍ୟାଲେଞ୍ଜ କପ୍‌ ଭଲିବଲ୍ ପ୍ରତିଯୋଗିତାରେ ଭାରତ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ନିଜ ତୃତୀୟ ଲିଗ୍ ମ୍ୟାଚ୍‌ରେ ଭାରତ ରବିବାର ମାଲେସିଆକୁ ଏକତରଫା ଭାବେ ୩-୦ (୨୫-୧୭, ୨୫-୧୬, ୨୫-୨୨)ରେ ପରାସ୍ତ କରି ଏହି ସଫଳତା ଲାଭ କରିଛି। ଏହା ପୂର୍ବରୁ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଭାରତୀୟ ଦଳ ଯଥାକ୍ରମେ ସିଙ୍ଗାପୁର ଏବଂ ଉଜବେକିସ୍ତାନକୁ ସେହି ୩-୦ରେ ପରାସ୍ତ କରିଥିଲା। ରବିବାର ମ୍ୟାଚ୍‌ରେ ଭାରତ ପକ୍ଷରୁ ଆଟାକର ଅନୁଶ୍ରୀ କେପି ଏବଂ ବ୍ଲକର୍‌ ସୂର୍ଯ୍ୟା ସର୍ବାଧିକ ପଏଣ୍ଟ ଅର୍ଜନ କରିଥିଲେ। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ମଙ୍ଗଳବାର ଚୀନ୍‌ ବିପକ୍ଷରେ ଖେଳିବ। ଲଗାତାର ତୃତୀୟ ବିଜୟ ଲାଗି ଭାରତୀୟ ଭଲିବଲ୍ ମହାସଂଘର ସଭାପତି ତଥା କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe