ଆଇଟା ସିଏସ୍: ପ୍ରୀଶା ଉପ ବିଜୟିନୀ

Advertisment
ଆଇଟା ସିଏସ୍: ପ୍ରୀଶା ଉପ ବିଜୟିନୀ

ଭୁବନେଶ୍ବର: ଛତିଶଗଡ଼ର ରାଇପୁରଠାରେ ବୁଧବାର ଉଦ୍‌ଯାପିତ ଆଇଟା ଚାମ୍ପିଅନସିପ୍ ସିରିଜ୍ (ସିଏସ୍)ରେ ଓଡ଼ିଆ ଝିଅ ପ୍ରୀଶା ଦାସ ୧୪ ବର୍ଷରୁ କମ୍ ବର୍ଗରେ ଉପ ବିଜୟିନୀ‌ ହୋଇଛନ୍ତି। ଫାଇନାଲରେ ପ୍ରୀଶାଙ୍କୁ ମହାରାଷ୍ଟ୍ରର ସେଜଳ ଭୂତଣ୍ଡା ୬-୩, ୬-୪ରେ ହରାଇ ଦେଇଥିଲେ। ପୂର୍ବରୁ ପ୍ରୀଶା ପ୍ରିକ୍ବାର୍ଟରରେ ଛତିଶଗଡ଼ର ତନିଷ୍କା ଭଟ୍ଟନାଗରଙ୍କୁ ୮-୨ରେ, କ୍ବାର୍ଟର ଫାଇନାଲରେ ନନ୍ଦିକା ଅଗ୍ରୱାଲଙ୍କୁ ୯-୩ରେ ଏବଂ ସେମିଫାଇନାଲରେ ଚଣ୍ଡୀଗଡ଼ର ଆଶପ୍ରୀତ୍‌ ହଁସ କୌରଙ୍କୁ ୯-୨ରେ ପରାସ୍ତ କରି ଫାଇନାଲ୍‌କୁ ଉଠିଥିଲେ। ପ୍ରୀଶାଙ୍କ ପାଇଁ ଏହା ତାଙ୍କ ଖେଳ ଜୀବନର ଅନ୍ୟତମ ବଡ଼ ସଫଳତା। ଭୁବନେଶ୍ବର ପଟିଆସ୍ଥିତ ଫାରହାନ ଅଲୀ ଟେନିସ୍‌ ଏକା‌ଡେମି ଅଧିନରେ ତାଲିମ ନେଉଥିବା ପ୍ରୀଶା ହେଉଛନ୍ତି ପୂର୍ବତନ ପୁଲିସ୍ କମାଣ୍ଡାଣ୍ଟ୍‌ ଅରବିନ୍ଦନାଥ ମିତ୍ରଙ୍କ ନାତୁଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe