ପ୍ରିୟଙ୍କାଙ୍କୁ ୫: ଫାଇନାଲ୍‌ରେ ଓଡ଼ିଶା

Advertisment

ମହିଳା ଟେ୍ଵଣ୍ଟି-୨୦: କର୍ଣ୍ଣାଟକ ୮ ଓ୍ଵିକେଟ୍‌ରେ ହାରିଲା

ମହିଳା ଟେ୍ଵଣ୍ଟି-୨୦: କର୍ଣ୍ଣାଟକ ୮ ଓ୍ଵିକେଟ୍‌ରେ ହାରିଲା

ପ୍ରିୟଙ୍କାଙ୍କୁ ୫: ଫାଇନାଲ୍‌ରେ ଓଡ଼ିଶା

କଟକ: ମହିଳା ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ଲେଟ୍‌ ଗ୍ରୁପ୍‌ର ଫାଇନାଲ୍‌ ମ୍ୟାଚ୍‌ ଓଡ଼ିଶା ଓ କେରଳ ମଧ୍ୟରେ ଶନିବାର ଖେଳାଯିବ। ଗୁରୁବାର ଏହି ଗ୍ରୁପ୍‌ର ସେମିଫାଇନାଲ୍‌ରେ ଓଡ଼ିଶା ୮ ଓ୍ଵିକେଟ୍‌ରେ କର୍ଣ୍ଣାଟକକୁ ଓ କେରଳ ୪୨ ରନ୍‌ରେ ଝାଡ଼ଖଣ୍ଡକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରିୟଙ୍କା ପ୍ରିୟଦର୍ଶିନୀ ୫ ଓ୍ଵିକେଟ୍‌ ସଫଳତା ନେଇ ଓଡ଼ିଶାକୁ ଫାଇନାଲ୍‌ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନେଇଥିଲେ। କର୍ଣ୍ଣାଟକ ନିୟମିତ ଅନ୍ତରାଳରେ ଓ୍ଵିକେଟ ହରାଇଥିଲା। ଫଳରେ ୧୮.୧ ଓଭରରେ ଦଳ ସମସ୍ତ ଓ୍ଵିକେଟ ହରାଇ ୮୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ପକ୍ଷରୁ ସଫଳ ବୋଲର ଭାବେ ପ୍ରିୟଙ୍କା ୫ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ ମଧ୍ୟ ଦୁଇ ଦୁଇ ଥର ହ୍ୟାଟ୍ରିକ୍‌ ସୁଯୋଗ ହାତଛଡ଼ା କରିଥିଲେ। ୧୬ତମ ଓଭରର ଦ୍ୱିତୀୟ ଓ ତୃତୀୟ ବଲ୍‌ରେ ସଂଜନା ବଟନୀ ଓ ସିମ୍‌ରନ୍‌ ହେନ୍‌ରୀଙ୍କୁ ଆଉଟ କରିଥିଲା ବେଳେ, ୧୮ତମ ଓଭରରେ ତିନି ଓ୍ଵିକେଟ୍‌ ଦଖଲ କରିଥିଲେ। ଏହି ଓଭରର ପ୍ରଥମ ବଲ୍‌ରେ ମୋନିକା ପଟେଲ୍‌ଙ୍କୁ ଆଉଟ କରିବା ପରେ ପଞ୍ଚମ ବଲ୍‌ରେ ରାମେଶ୍ୱରୀ ଓ ଷଷ୍ଠ ବଲ୍‌ରେ ସାହାନା ପାଓ୍ଵାରଙ୍କୁ ବୋଲ୍ଡ କରି ତାଙ୍କର ୫ ଓ୍ଵିକେଟ୍‌ ସଫଳତା ପୂରଣ କରିଥିଲେ। ଜବାବରେ ୮୬ ରନ୍‌ର ସହଜସାଧ୍ୟ ଲକ୍ଷ୍ୟକୁ ଓଡ଼ିଶା ୨ ଓ୍ଵିକେଟ୍‌ ବିନିମୟରେ ହାସଲ କରିଥିଲା। ଉଭୟ ମାଧୁରୀ ମେହେଟ୍ଟା ଓ ମଧୁସ୍ମିତା ବେହେରା ପ୍ରତ୍ୟେକ ୧୪ ରନ୍‌ ଲେଖାଏଁରେ ଆଉଟ ହୋଇଥିଲା ବେଳେ ସରିତା ମେହେର ୨୩ ଓ ପ୍ରଜ୍ଞାପାରମିତା ମହାନ୍ତି ୩୧ ରନ୍‌ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe