ଓଡ଼ିଶାକୁ ଗର୍ବିତ କଲେ ରଞ୍ଜିତା, ରାଜ୍ୟର ପ୍ରଥମ ଖେଳାଳି ଭାବେ ସ୍ନୋ କ୍ରୀଡ଼ାରେ ଭାଗନେବେ

ଓଡ଼ିଶାକୁ ଗର୍ବିତ କଲେ ରଞ୍ଜିତା, ରାଜ୍ୟର ପ୍ରଥମ ଖେଳାଳି ଭାବେ ସ୍ନୋ କ୍ରୀଡ଼ାରେ ଭାଗନେବେ

ଭୁବନେଶ୍ବର: ଓଡ଼ିଶାର ରଞ୍ଜିତା ବେହେରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜ୍ୟର ପ୍ରଥମ ଖେଳାଳି ଭାବେ ସେ ସ୍ନୋ କ୍ରୀଡ଼ାରେ ଭାଗନେବାକୁ ଯାଉଛନ୍ତି। ରଞ୍ଜିତା ଆସନ୍ତା ମାସ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ଗୁଲାମାର୍ଗରେ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ା ସହ ଉତ୍ତରାଖଣ୍ଡରେ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ବରିଷ୍ଠ ସ୍କି ଓ ସ୍ନୋବୋର୍ଡ ଚାମ୍ପିଅନ୍‌ସିପ୍‌ରେ ଭାଗ‌ ନେବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଉଭୟ ପ୍ରତିଯୋଗିତାରେ ସେ ଅଲ୍‌ପାଇନ ସ୍କି’ରେ ପ୍ରତିଦ୍ବନ୍ଦ୍ବିତା କରିବେ। ଜାତୀୟ ପ୍ରତିଯୋଗିତା ଲାଗି ତାଙ୍କୁ ଭାରତୀୟ ବରିଷ୍ଠ ସ୍କି ଓ ସ୍ନୋବୋର୍ଡ ସଂଘ ଚୟନ କରିଛି। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଏହି ପ୍ରତିଯୋଗିତାରେ ଭାଗନେବାକୁ ଯାଉଥିବା ରଞ୍ଜିତାଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ବହନ କରିବ। ଏହି ସଫଳତା ଲାଗି ରଞ୍ଜିତାଙ୍କୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ରାଉରକେଲାର ରଙ୍ଗୁନାଥ ବେହେରା ଓ ଅନୁପମା ବେହେରାଙ୍କ ସାନ ଝିଅ ରଞ୍ଜିତା ସ୍ନାତକ ପରେ ପର୍ବାତାରୋହଣ‌ ଉପରେ ତାଲିମ ନେଇଥିଲେ। ୨୦୧୬ରେ ସେ ବିଜୁ ପଟ୍ଟନାୟକ ହିମାଳୟନ ଯାତ୍ରା ଅନ୍ତର୍ଗତ ମାଉଣ୍ଟ ରୁଦୁଗଇରା ସଫଳତା ସହ ଆରୋହଣ କରିଥିଲେ। ଭାରତର ପ୍ରମୁଖ ପର୍ବତାରୋହଣ ଓ ସ୍ନୋ ସ୍କିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ସେ ତାଲିମ ନେଇଛନ୍ତି। ‌ସେ ମଧ୍ୟ ଏନ୍‌ସିସି ସି’ ସାର୍ଟିଫିକେଟ୍‌ଧାରୀ। ତାଙ୍କ ବାପା ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe