ଭାରତୀୟ ଭାବେ ଗର୍ବିତ: ଧୋନି

Advertisment
ଭାରତୀୟ ଭାବେ ଗର୍ବିତ: ଧୋନି

ରାଞ୍ଚି: ୭୬ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ଇନଷ୍ଟାଗ୍ରାମ ‌‌ପ୍ରୋଫାଇଲ୍ ଫଟୋ ବଦଳାଇ ଦେଇଛନ୍ତି। ତାଙ୍କ ନୂଆ ପ୍ରୋଫାଇଲ୍‌ ଫଟୋରେ ତ୍ରିରଙ୍ଗାର ଚିତ୍ର ଥିଲା ବେଳେ ସଂସ୍କୃତରେ ସ୍ଲୋଗାନ ରହିଛି। ଯାହାର ଅର୍ଥ ହେଉଛି ଭାରତୀୟ ହୋଇ ନିଜକୁ ଗର୍ବିତ ମନେ କରୁଛି। ସୂଚନାଯୋଗ୍ୟ ଯେ ଧୋନି ଢେର କିଛି ବର୍ଷ ହେବ ନିଜ ପ୍ରୋ‌ଫାଇଲ୍ ଫଟୋ ବଦଳାଇ ନଥିଲେ। ତେବେ ଚଳିତବର୍ଷର ଆଜାଦି କା ଅମୃତ ମହୋତ୍ସବ ଅଭିଯାନରେ ସାମିଲ ହୋଇ ଏହାକୁ ରବିବାର ପରିବର୍ତ୍ତନ କରିଛନ୍ତି। ଧୋନିଙ୍କ ଏଭଳି ପଦକ୍ଷେପକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ତାଙ୍କୁ ଜଣେ ସଚ୍ଚା ଦେଶଭକ୍ତ ଏବଂ ଭାରତ ମା’ର ଶ୍ରେଷ୍ଠ ସନ୍ତାନ ଭାବେ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe