‘ଏ’ ଟେଷ୍ଟରେ ପୃଥ୍ଵୀଙ୍କ ଶତକ

‘ଏ’ ଟେଷ୍ଟରେ ପୃଥ୍ଵୀଙ୍କ ଶତକ

Wikipedia

ବେକେନ୍‌ହାମ୍‌ (ଲଣ୍ଡନ): ଇଂଲଣ୍ଡ ଗସ୍ତରେ େଓ୍ଵଷ୍ଟଇଣ୍ଡିଜ୍‌-ଏ ବିପକ୍ଷ ୪ ଦିନିଆ ଅଣଆନୁଷ୍ଠାନିକ ପ୍ରଥମ ଟେଷ୍ଟରେ ଭାରତ-ଏ ସଂଘର୍ଷ ଜାରି ରଖିଛି। ପ୍ରଥମ ପାଳିରେ କରୁଣ ନାୟାରଙ୍କ ନେତୃତ୍ୱାଧୀନ ଭାରତ ମାତ୍ର ୧୩୩ ରନ୍‌ କରିଥିଲା। ଜବାବରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ସୁନିଲ ଆମ୍ବ୍ରିସ୍‌ (୧୨୮ ରନ୍‌)ଙ୍କ ଶତକ ଏବଂ ସାମରା ବ୍ରୁକ୍ସ (୯୧ ରନ୍‌) ଓ ରେମନ୍‌ ରିଫର (୫୨ ରନ୍‌)ଙ୍କ ଅର୍ଧଶତକ ବଳରେ ୩୮୩ ରନ୍‌ କରି ୨୫୦ ରନ୍‌ର ଅଗ୍ରଣୀ ନେଇଥିଲା। ଭାରତ ପକ୍ଷରୁ ଅଙ୍କିତ ରାଜପୁତ ୪ ଏବଂ ନବଦୀପ ସାଇନି ଓ ଶାହବାଜ ନଦୀମ ୨ ଓ୍ଵିକେଟ୍‌ ଲେଖାଏଁ ନେଇଥିଲେ। ଭାରତ ଦ୍ୱିତୀୟ ପାଳି ଆରମ୍ଭ କରି ପୃଥ୍ଵୀ ସ’ (୧୦୧ ରନ୍‌)ଙ୍କ ଶତକ ଏବଂ ମୟଙ୍କ ଅଗ୍ରଓ୍ଵାଲ୍‌ (୫୬ ରନ୍‌)ଙ୍କ ଅର୍ଧଶତକ ବଳରେ ଦ୍ୱିତୀୟ ଦିନ ଷ୍ଟମ୍ପ୍‌ ଅପସରଣ ବେଳକୁ ବିନା କ୍ଷତିରେ ୧୫୯ ରନ୍‌ କରିଛି। ଫଳରେ ଭାରତ ହାତରେ ୧୦ ଓ୍ଵିକେଟ୍‌ ରଖି ୯୧ ରନ୍‌ରେ ପଛରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe