୫ ଦିନ ବ୍ୟାଟିଂ କଲେ ପୂଜାରା

Advertisment
୫ ଦିନ ବ୍ୟାଟିଂ କଲେ ପୂଜାରା

କୋଲକାତାରେ ସୌରାଷ୍ଟ୍ର ତାରକା ଚେତେଶ୍ୱର ପୂଜାରାଙ୍କ କରକମଳରେ ନିଆରା କୀର୍ତ୍ତିମାନ ଲାଗି ଯାଇଥିଲା। କୌଣସି ଟେଷ୍ଟ ମ୍ୟାଚ୍‌ର ସମସ୍ତ ପାଞ୍ଚ ଦିନଯାକ ବ୍ୟାଟିଂ କରିବାରେ ଏମ୍‌ ଏଲ୍‌ ଜୟସୀମା ଏବଂ ରବି ଶାସ୍ତ୍ରୀଙ୍କ ପରେ ସେ ତୃତୀୟ ଭାରତୀୟ ହୋଇଥିଲେ। ଏଭଳି ସଫଳତା ହାସଲ କରିବାରେ ନିର୍ଭରଯୋଗ୍ୟ ପୂଜାରା ବିଶ୍ୱ କ୍ରିକେଟ୍‌ର ନବମ ଖେଳାଳି ହେବାର ଗୌରବ ଲାଭ କରିଥିଲେ। ଶାସ୍ତ୍ରୀ ଏବଂ ଜୟସୀମାଙ୍କ ସହ ତାଙ୍କ ପୂର୍ବରୁ ଜେଫ୍ରି ବୟକଟ, କିମ୍‌ ହ୍ୟୁଗ୍ସ, ଆଲାନ ଲାମ୍ବ, ଆଡ୍ରିଆନ୍‌ ଗ୍ରିଫିଥ, ଆଣ୍ଡ୍ର୍ୟି ଫ୍ଲିଣ୍ଟଫ ଏହି ତାଲିକାରେ ସ୍ଥାନ ପାଇ ସାରିଛନ୍ତି।

କୋଲକାତା ଟେଷ୍ଟର ପ୍ରଥମ ଦିନର ପ୍ରଥମ ବଲ୍‌ରେ ଲୋକେଶ ରାହୁଲ ଆଉଟ୍‌ ହେବା ପରେ ପୂଜାରା ପ୍ରଥମ ଦିନରେ ପଡ଼ିଆକୁ ଓହ୍ଲାଇଥିଲେ। ବର୍ଷା ହେବାରୁ ନିଜ ୫୨ ରନ୍‌ ପାଳି ପାଇଁ ସେ ଦ୍ୱିତୀୟ ଏବଂ ତୃତୀୟ ଦିନରେ ବ୍ୟାଟିଂ କରିଥିଲେ। ସେହିଭଳି ଚତୁର୍ଥ ଦିନ ଖେଳ ଶେଷର ମାତ୍ର କିଛି ମିନିଟ୍‌ ପୂର୍ବରୁ ଦ୍ୱିତୀୟ ପାଳିରେ ବ୍ୟାଟିଂ ଆସି ୨ ରନ୍‌ରେ ଅପରାଜିତ ରହିଥିଲେ। ସୋମବାର ସକାଳେ ପୂଜାରା ନିଜ ଅସମାପ୍ତ ପାଳି ଆରମ୍ଭ କରି ପଞ୍ଚମ ତଥା ଶେଷ ଦିନରେ ଖେଳିବାର ସୁଯୋଗ ବି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe