ଡବ୍ଲୁଟିସି ଫାଇନାଲ୍‌ ପୂର୍ବରୁ ପିତୃତ୍ବ କର୍ତ୍ତବ୍ୟରେ ପୂଜାରା

Advertisment
ଡବ୍ଲୁଟିସି ଫାଇନାଲ୍‌ ପୂର୍ବରୁ ପିତୃତ୍ବ କର୍ତ୍ତବ୍ୟରେ ପୂଜାରା

ଲଣ୍ଡନ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ବର ପୂଜାରା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଲାଗି ପରିବାର ସହ ଇଂଲଣ୍ଡ‌ ଗସ୍ତରେ ଥିଲା ବେଳେ ସଂପ୍ରତି ସାଉଥାମ୍ପଟନ୍‌ରେ ବାଧ୍ୟତାମୂଳକ ସଂଗରୋଧରେ ରହିଛନ୍ତି। ମଙ୍ଗଳବାର ଏହି ଭାରତୀୟ ଟେଷ୍ଟ୍‌ ଅଭିଜ୍ଞ ଝିଅ ଅଦିତିଙ୍କ ସହ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ଛାଡ଼ିଛନ୍ତି। ଯେଉଁଥିରେ ବାପ-ଝିଅ ଯୋଡ଼ି ଆର୍ଟ ବୁକ୍‌ରେ ଚିତ୍ର ଆଙ୍କୁଥିବାର ଦେଖାଯାଇଛନ୍ତି। ଏହି ଫଟୋର ଶିରୋନାମାରେ ପୂଜାରା ଲେଖିଛନ୍ତି ‘‘ସଂଗରୋଧ ବେଳେ ପିତୃତ୍ବ କର୍ତ୍ତବ୍ୟ’’। ଏହା ସହ ‘ବାପାଙ୍କ ଝିଅ’ ଏବଂ ‘ମୂଲ୍ୟବାନ’ ଦୁଇଟି ହାସ୍‌ଟ୍ୟାଗ୍‌ ରଖିଛନ୍ତି। ‌

ପୂଜାରା ୨୧୨ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବା ପରେ ଜାତୀୟ ଟେଷ୍ଟ୍‌ ଦଳରେ ସ୍ଥାନ ପାଇଥିଲେ। ସେ ୮୫ ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୪୬.୫୯ ହାରରେ ୬୨୪୪ ରନ୍‌ କରିଛନ୍ତି। ଏଥିରେ ୧୮ ଶତକ ଏବଂ ୨୯ ଅର୍ଦ୍ଧଶତକ ରହିଛି। ତାଙ୍କ ସର୍ବୋଚ୍ଚ ସ୍କୋର୍‌ ହେଉଛି ଅପରାଜିତ ୨୦୬ ରନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe