India’s batsman Cheteshwar Pujara, dives unsuccessful to avoid a run out by South Africa’s fielder Lungi Ngidi, during the second day of the second cricket test match between South Africa and India at Centurion Park in Pretoria, South Africa, Sunday, Jan. 14, 2018. (AP Photo/Themba Hadebe)
ଦକ୍ଷିଣ ଆଫ୍ରିକାରେ ଚେତେଶ୍ୱର ପୂଜାରା ଭାରତୀୟ ଦଳର ସଙ୍କଟ ମୋଚକ ହେବେ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କ ସବୁ କ୍ରିକେଟ୍ କଳା କୌଶଳ ବିଫଳ ହେଲା। କେପଟାଉନରେ କିଛି କରି ପାରି ନଥିବା ପୂଜାରା ସେଞ୍ଚୁରିଅନ୍ରେ ବି ନିରାଶ କଲେ। ପୂଜାରା ଭାରତ ପରାଜୟ ତ ଅଟାକଇ ପାରିଲେନି ଉଭୟ ପାଳିରେ ରନ୍ ଆଉଟ୍ ହୋଇ ଅଲୋଡ଼ା କୀର୍ତ୍ତିମାନ କଲେ। କୌଣସି ଟେଷ୍ଟର ଉଭୟ ପାଳିରେ ରନ୍ ଆଉଟ୍ ହେବାରେ ସେ ଭାରତର ପ୍ରଥମ ଖେଳାଳି ହେଲେ। ଶେଷ ଥର ପାଇଁ ୨୦୦୦ରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂ େଓ୍ଵଲିଂଟନଠାରେ ଜିମ୍ବାେଓ୍ଵ ବିପକ୍ଷରେ ଉଭୟ ପାଳିରେ ରନ୍ ଆଉଟ୍ ହୋଇଥିଲେ। ୧୮ ବର୍ଷ ପରେ ପୂଜାରା ଏହି ଅଲୋଡ଼ା ଘଟଣାକୁ ପୁନର୍ବାର ଦୋହରାଇଲେ। ଟେଷ୍ଟ କ୍ରିକେଟ୍ର ଉଭୟ ପାଳିରେ ରନ୍ ଆଉଟ୍ ହେବାର ଅବଶ୍ୟ ଏହା ମୋଟ ଉପରେ ୨୫ତମ ଘଟଣା ଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିବା ଖେଳାଳିଙ୍କ କ୍ଷେତ୍ରରେ ଏହ ତୃତୀୟ ଘଟଣା ହୋଇଥିଲା। ପୂଜାରାଙ୍କ ପୂର୍ବରୁ ହାନ୍ସି କ୍ରୋନିଏ, ମାର୍ଭନ ଆଟାପାଟ୍ଟୁ, ଆଦାମ ପାରୋରେ, ଇଆନ ହିଲ୍ଲୀ ଓ ମାର୍କ ଟେଲର ଏହି ତାଲିକାରେ ସ୍ଥାନ ପାଇ ସାରିଛନ୍ତି। ପ୍ରଥମ ପାଳିରେ ଲୁଙ୍ଗି ଏନ୍ଗିଡିଙ୍କ ସିଧା ଥ୍ରୋରେ ଖାତା ଖୋଲି ପାରି ନଥିବା ପୂଜାରା ଦ୍ୱିତୀୟ ପାଳିରେ ୧୯ ରନ୍ରେ ଥିଲା ବେଳେ ଏବି ଡିଭିଲିୟର୍ସ ଓ କ୍ୱିଣ୍ଟନ ଡି’କକ୍ଙ୍କ ତାଳମେଳରେ ଘାଇଲା ହୋଇ ରନ୍ଆଉଟ୍ ହୋଇଥିଲେ। ପୂଜାରା ଉଭୟ ପାଳିରେ ରନ୍ ଆଉଟ୍ ହେବା ଅଧିନାୟକ ବିରାଟ କୋହଲିଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ମଧ୍ୟ ବିସ୍ମିତ କରିଥିଲା।
ରଣନୀତିକୁ ନେଇ ପ୍ରଶ୍ନ
ସେଞ୍ଚୁରିଅନ୍ରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ କ୍ରିକେଟ୍ ଦଳର ରଣନୀତିକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇ ଯାଇଛି। ପାର୍ଥିବ ପଟେଲଙ୍କୁ ଦଳରେ ସ୍ଥାନ ମିଳିବା ଏବେ ଅଧିକ ଚର୍ଚାର ବିଷୟ ହୋଇଛି। ସେହିଭଳି କେପଟାଉନ ଟେଷ୍ଟରେ ୬ ଓ୍ଵିକେଟ୍ ନେଇଥିବା ଏବଂ ସର୍ବାଧିକ ବଲ୍ ଖେଳିଥିବା ଭୁବନେଶ୍ୱର କୁମାରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ମିଳିବା ନେଇ ମଧ୍ୟ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ଜାହିର କରିଛନ୍ତି। ଅଜିଙ୍କ୍ୟ ରାହାଣେଙ୍କ ଭଳି ଖେଳାଳିଙ୍କୁ କାହିଁକି ଦଳରେ ନିଆଯାଉନି ତାକୁ ନେଇ ମଧ୍ୟ ପୂର୍ବତନ ଖେଳାଳିମାନେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ରାହାଣେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ସୁଯୋଗ ପାଇ ନଥିଲା ବେଳେ ପାର୍ଥିବ ଉଭୟ ପାଳିରେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଥିଲେ। ଦୁଇଟି ଯାକ ପାଳିରେ ସେ ମାତ୍ର ୧୯ ରନ୍ ଲେଖାଏଁ କରି ପାରିଥିଲେ। ତେବେ ପୂରା ମ୍ୟାଚ୍ରେ ଦୁର୍ବଳ ଓ୍ଵିକେଟ୍ ରକ୍ଷଣ କରି ଅନ୍ୟୁନ ୬ କ୍ୟାଚ୍ ହାତଛଡ଼ା କରିଥିଲେ। ବିଶେଷ କରି ଦ୍ୱିତୀୟ ପାଳିରେ ସେ ଏବି ଡିଭିଲିୟର୍ସଙ୍କ ସହଜ କ୍ୟାଚ୍କୁ ହାତଛଡ଼ା କରିବା ଭାରତ ପରାଜୟର ପ୍ରମୁଖ କାରଣ ହୋଇଥିଲା।
ଅଟକିଲା ବିଜୟ ରଥ
ଲଗାତାର ୯ ଟେଷ୍ଟ ଶୃଙ୍ଖଳା ବିଜୟ ହାସଲ କରି ଭାରତ ଦକ୍ଷିଣ ଆଫ୍ରିକା ଯାଇଥିଲା। ଫଳରେ ଚଳିତ ଗସ୍ତରେ ନୂଆ ଇତିହାସ ରଚିବ ବୋଲି ଆଶା କରାଯାଉଥିଲା। ହେଲେ କୋହଲି ବାହିନୀ କିଛି କରି ପାରିଲାନି। କେପଟାଉନ ଏବଂ ସେଞ୍ଚୁରିଅନ୍ରେ ଶୋଚନୀୟ ପରାଜୟ ବରଣ କରି ଶୃଙ୍ଖଳା ହାରିଲା। ଫଳରେ ଭାରତୀୟ ଦଳର ଶୃଙ୍ଖଳା ବିଜୟ ଧାରା ଅଟକି ଗଲା। ସେହିଭଳି ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ମଧ୍ୟ ପ୍ରଥମ ଶୃଙ୍ଖଳା ପରାଜୟ ବରଣ କରିଥିଲା। ଶୃଙ୍ଖଳା ଆରମ୍ଭ ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୧୫ ପରାଜୟର କଡ଼ା ଗଣ୍ଡା କରି ପ୍ରତିଶୋଧ ନେବ ବୋଲି ଏହି ଦଳର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଖୋଲା ଚେତାବନୀ ଦେଇଥିଲେ। ପ୍ରଥମ ଦୁଇ ଟେଷ୍ଟ ଜିତି ୨-୦ରେ ଶୃଙ୍ଖଳା ଜିତିବା ସହ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ନିଜ ଅଧିନାୟକଙ୍କ ଘୋଷଣାକୁ ସତ କରି ଦେଖାଇଛନ୍ତି।
Follow Us