ଭୁବନେଶ୍ବର: ମହିଳା କ୍ରିକେଟ୍ ପାଇଁ ଉତ୍ସର୍ଗୀକୃତ ବିଶ୍ବର ପ୍ରଥମ ପତ୍ରିକା ‘ଓମେନ କ୍ରିକ୍ଜୋନ୍’ର ଦ୍ବିତୀୟ ସଂସ୍କରଣ ମଙ୍ଗଳବାର ଏକ ସ୍ଥାନୀୟ ହୋଟେଲରେ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ପତ୍ରିକା ପକ୍ଷରୁ ୨୦୧୮-୧୯ କ୍ରିକେଟ୍ ଋତୁରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷଲାଭ କରିଥିବା ଭାରତୀୟ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି। ଅନ୍ତର୍ଜାତୀୟ ସ୍ତରର ସଫଳତା ଲାଗି ପୁନମ ଯାଦବ ଶ୍ରେଷ୍ଠ ବୋଲର, ସ୍ମୃତି ମନ୍ଧାନା ଶ୍ରେଷ୍ଠ ବ୍ୟାଟର ଏବଂ ଦୀପ୍ତି ଶର୍ମା ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ଘରୋଇ କ୍ରିକେଟ୍ରେ ଉନ୍ନତ ପ୍ରଦର୍ଶନ ପାଇଁ କନିଷ୍ଠ ସ୍ତରର ଶ୍ରେଷ୍ଠ ବୋଲର ପୁରସ୍କାର ତେଜସ୍ବିନୀ ଏନ୍ ଦୁରାଗଡ ଓ ଶ୍ରେଷ୍ଠ ବ୍ୟାଟର ପୁରସ୍କାର ଶେଫାଳି ବର୍ମାଙ୍କୁ ଯାଇଥିଲା। ଘରୋଇ କ୍ରିକେଟ୍ର ଶ୍ରେଷ୍ଠ ତାରକା ପୁରସ୍କାର ରିମା ମାଲହୋତ୍ରା ଲାଭ କରିଥିଲେ। ଘରୋଇ କ୍ରିକେଟ୍ର ବରିଷ୍ଠ ବର୍ଗ ପୁରସ୍କାର ତରନୁମ ପଠାନ (ଶ୍ରେଷ୍ଠ ବୋଲର), ପ୍ରିୟା ପୁନିଆ (ଶ୍ରେଷ୍ଠ ବ୍ୟାଟର)ଙ୍କୁ ମିଳିଥିଲା। ମିଲାନ କ୍ରିକେଟ୍ ସଂଘର ସଭାପତି ନନ୍ଦ କୁମାର କୁରୁପଙ୍କ ସହ ଓମେନ କ୍ରିକ୍ ଜୋନ୍ ପତ୍ରିକାର ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ। କଟକରେ ଚ୍ୟାଲେଞ୍ଜର୍ସ ଟ୍ରଫି ଖେଳୁଥିବା ଭାରତ ଏ’, ବି’ ଓ ସି’ ଦଳର ଅଧିକାଂଶ ମହିଳା ଖେଳାଳି ଉପସ୍ଥିତ ରହି ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ ଥିଲେ। ଏହି ପତ୍ରିକାର ପ୍ରଥମ ସଂସ୍କରଣ ମଲାଟରେ ମନ୍ଧାନା ସ୍ଥାନ ପାଇଥିଲା ବେଳେ ଚଳିତବର୍ଷ ଇଂଲଣ୍ଡର ପ୍ରସିଦ୍ଧ ଖେଳାଳି ସାରା ଟେଲର ରହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us