କଟକ: ବିଜୟଓ୍ଵାଡାଠାରେ ଚାଲିଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଓଡ଼ିଶାକୁ ୨ ସ୍ୱର୍ଣ୍ଣ ଓ ୧ କାଂସ୍ୟ ପଦକ ମିଳିଛି। ଏହାକୁ ମିଶାଇ ଓଡ଼ିଶାର ମୋଟ ପଦକ ସଂଖ୍ୟା ୬ରେ ପହଞ୍ଚିଛି। ଦ୍ୱିତୀୟ ଦିନରେ ୧୮ ବର୍ଷରୁ କମ୍ ବାଳକ ୧୧୦ ମିଟର ବାଧାଦୌଡରେ ପୁଙ୍ଗା ସୋରେନ୍ ୧୪ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ପାଇଥିଲେ। ଏହି ଇଭେଣ୍ଟରେ ମହାରାଷ୍ଟ୍ରର ଅଭିଷେକ ଉବେ ୧୪.୦୭ ସେକେଣ୍ଡରେ ରୌପ୍ୟ ଓ ଉତ୍ତରପ୍ରଦେଶର ସତ୍ୟମ ମିଶ୍ର ୧୪.୨୦ ସେକେଣ୍ଡରେ କାଂସ୍ୟ ପଦକ ପାଇଛନ୍ତି। ସେହିପରି ୧୪ ବର୍ଷରୁ କମ୍ ବାଳକ ୬୦୦ ମିଟର ଦୌଡ଼ରେ ରବି ଖୋରା ସ୍ୱର୍ଣ୍ଣ ପଦକ ପାଇଛନ୍ତି। ୧ ମିନିଟ୍ ୨୫.୭୫ ସେକେଣ୍ଡରେ ସେ ଏହି ସଫଳତା ପାଇଥିଲାବେଳେ ଦିଲ୍ଲୀର ରିତେଶ ଓହରେ ୧ମିନିଟ୍ ୨୬.୧୮ ସେକେଣ୍ଡ ଓ ଗୌରବ ଯାଦବ ୧ମିନିଟ୍ ୨୬.୩୫ ସେକେଣ୍ଡରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ୧୮ ବର୍ଷରୁ କମ୍ ବାଳିକା ଜାଭେଲିନ୍ ଥ୍ରୋରେ ଓଡ଼ିଶାର ପ୍ରିୟଙ୍କା ଟପ୍ପୋ ୩୯.୯୭ ମିଟର ସହ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡ଼ୁର ଏନ. ହେମାମାଳିନୀ ୪୨.୫୮ ମିଟର ସହ ସ୍ୱର୍ଣ୍ଣ ଓ ବିହାରର ଅଞ୍ଜନି କୁମାରୀ ୪୦.୩୭ ମିଟର ସହ ରୌପ୍ୟ ପଦକ ପାଇଛନ୍ତି। ଅନ୍ୟପକ୍ଷରେ ୧୪ ବର୍ଷରୁ କମ୍ ବାଳକ ୧୦୦ ମିଟର ଦୌଡ଼ରେ ଲକ୍ଷ୍ମଣ ମୁର୍ମୁ ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ପୁଙ୍ଗା ଓ ରବିଙ୍କୁ ସ୍ୱର୍ଣ୍ଣ, ପ୍ରିୟଙ୍କାଙ୍କୁ କାଂସ୍ୟ
Advertisment
Follow Us