ଖେଲୋ ଇଣ୍ଡିଆ ପୁଙ୍ଗାଙ୍କୁ ସ୍ୱର୍ଣ୍ଣ

Advertisment
ଖେଲୋ ଇଣ୍ଡିଆ ପୁଙ୍ଗାଙ୍କୁ ସ୍ୱର୍ଣ୍ଣ

କଟକ: ଦିଲ୍ଲୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍‌ ୧୪.୧୨ ସେକେଣ୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କ ପଛକୁ ଝାଡ଼ଖଣ୍ଡର ଆଦିତ୍ୟ ପ୍ରକାଶ ୧୪.୩୦ ସେକେଣ୍ଡ ସହ ରୌପ୍ୟ ଓ ତାମିଲନାଡ଼ୁର ଜି.ନିଶାନ୍ତରାଜା ୧୪.୫୭ ସେକେଣ୍ଡ ସହ କାଂସ୍ୟ ପଦକ ପାଇଛନ୍ତି। ଗୁରୁବାର ସନ୍ତରଣରେ ଓଡ଼ିଶାର ପ୍ରତ୍ୟାଶା ରାଏ କାଂସ୍ୟ ପଦକ ଜିତିଥିଲେ। ପ୍ରତିଯୋଗିତାରେ ଓଡ଼ିଶା ମୋଟ ୨ଟି ପଦକ ପାଇଛି। ପଦକ ତାଲକାରେ କର୍ଣ୍ଣାଟକ ୭ ସ୍ୱର୍ଣ୍ଣ ସହ ମୋଟ ୧୩ ପଦକ ପାଇ ଶୀର୍ଷରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe