ପଞ୍ଜାବ ବୋଲିଂରେ ମାଟିକାମୁଡ଼ିଲା ବାଙ୍ଗାଲୋର : ୯୭ ରନରେ ବିଜୟ ହାସଲ କଲା କିଙ୍ଗସ୍ ଇଲେଭେନ୍

Advertisment
ପଞ୍ଜାବ ବୋଲିଂରେ ମାଟିକାମୁଡ଼ିଲା ବାଙ୍ଗାଲୋର : ୯୭ ରନରେ ବିଜୟ ହାସଲ କଲା କିଙ୍ଗସ୍ ଇଲେଭେନ୍

ଦୁବାଇ:  କିଙ୍ଗସ ଇଲେଭେନ ପଞ୍ଜାବର ବୋଲିଂରେ ଧରାଶାୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।  ପଞ୍ଜାବ ୯୭ ରନର ବୃହତ ବ୍ୟବଧାନରେ ବିଜୟ ହାସଲ କରିଛି । ଏହି ବିଜୟ ସହ ପଞ୍ଜାବ ଚଳିତ ଆଇପିଏଲରୁ ନିଜର ଯାତ୍ରା ଆରମ୍ଭ କରିଛି ।

ଆଇପିଏଲ ୨୦୨୦ର ଷଷ୍ଠ ମ୍ୟାଚରେ ଆଜି ବାଙ୍ଗାଲୋର ଟସ୍ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇଥିଲା ପଞ୍ଜାବ। ନିର୍ଦ୍ଧାରିତ ୨୦ ଓଭର ଖେଳି ମାତ୍ର ୩ଟି ଉଇକେଟ ହରାଇ ୨୦୬ ରନ୍ ସଂଗ୍ରହ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାରେ ୨୦୭ ରନର ବିଶାଳ ଟାର୍ଗେଟ ରଖିଥିଲା ପଞ୍ଜାବ ।

ବ୍ୟାଟିଂ ଲାଗି ପଡ଼ିଆରେ ପାଦ ରଖୁ ରଖୁ ହିଁ ଜବରଦସ୍ତ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଦଳର ରନ୍ ସଂଖ୍ୟା ମାତ୍ର ୨ ଥିବା ବେଳେ ପ୍ରଥମ ଉଇକେଟ୍ ଭାବେ ଦେବଦତ୍ତ ପାଡ଼ିକର ଆଉଟ୍ ହୋଇଥିଲେ। ଏହାପରେ ବିନା ରନରେ ଫିଲିପି, ୨୦ ରନ କରି ଫିଞ୍ଜ୍ ଓ ୧ ରନ୍ କରି କ୍ୟାପଟେନ୍ ବିରାଟ .କୋହଲି କ୍ରିଜରୁ ବିଦାୟ ନେଇଥିଲେ। ପରେ ଡିଭିଲିଅର୍ସ ୨୮ ଓ ଓ୍ୱାଶିଂଟନ୍ ସୁନ୍ଦର ୩୦ ରନ୍ କରି ମ୍ୟାଚ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମାତ୍ର ୧୦୯ ରନରେ ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ।

publive-image

ଅନ୍ୟପଟେ ପଞ୍ଜାବ ପକ୍ଷରୁ ଦମ୍‌ଦାର ବୋଲିଂ ଆକ୍ରମଣ ଦେଖିବାକୁ ମିଳିଥିଲା ରବି ବିଷନୋଇ, ମୁରୁଗାନ୍ ଅଶ୍ୱିନ୍ ୩-୩ଟି ୱିକେଟ ନେଇଥିବା ବେଳେ ଶେଲଡନ୍ କୋଟ୍ରେଲ୍ ୨ଟି ୱିକେଟ ନେଇଥିଲେ । ମହମ୍ମଦ ଶାମି ଓ ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ୧-୧ ୱିକେଟ ନେବାରେ ସଫଳ ହୋଇଥିଲେ। ଫଳରେ ଏହି ମ୍ୟାଚକୁ ପଞ୍ଜାବ ଅତି ସହଜରେ ଜିତି ନେଇଛି । ଏହି ବିଜୟ ସହ ଚଳିତ ସିଜିନ୍‌ରେ ପଞ୍ଜାବ ତାର ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ କେ ଏଲ୍‌ ରାହୁଲଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ ବିବେଚିତ କରାଯାଇଛି।

ଆଜି ପଞ୍ଜାବ ଦଳର ଅଧିନାୟକ କେ ଏଲ ରାହୁଲ୍ ଏକ ଜବରଦସ୍ତ ଇନିଂସ ଖେଳି ୧୩୨ ରନ୍ କରି ଅପରାଜିତ ରହିଥିଲେ। ଏଥିସହ ଚଳିତ ଆଇପିଏଲ ୨୦୨୦ର ପ୍ରଥମ ଶତକ ମାରିଥିବା ବ୍ୟାଟସମ୍ୟାନ୍ ବନିଛନ୍ତି ରାହୁଲ୍। ଏହି ମ୍ୟାଚରେ ରାହୁଲ ୬୯ ବଲରେ ୧୪ ଚୌକା ଓ ୭ ଛକା ବଳରେ ୧୩୨ ରନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe