ଆଇପିଏଲ ନିଲାମ ପୂର୍ବରୁ ଅଡୁଆରେ ପ୍ରୀତିଙ୍କ ଦଳ, ସେୟାରକୁ ନେଇ ମାଲିକମାନଙ୍କ ମଧ୍ୟରେ ଲାଗିଲା ଝଗଡା

Advertisment
ଆଇପିଏଲ ନିଲାମ ପୂର୍ବରୁ ଅଡୁଆରେ ପ୍ରୀତିଙ୍କ ଦଳ, ସେୟାରକୁ ନେଇ ମାଲିକମାନଙ୍କ ମଧ୍ୟରେ ଲାଗିଲା ଝଗଡା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମେଗା ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍ ପଞ୍ଜାବ କିଙ୍ଗ୍ସରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। କେପିଏଚ୍ ଡ୍ରିମ୍ କ୍ରିକେଟ୍ ପ୍ରାଇଭେଟ ଲିମିଟେଡର ସହ-ମାଲିକ ଅଭିନେତ୍ରୀ ପ୍ରୀତି ଜିଣ୍ଟା କମ୍ପାନୀର ସହ-ମାଲିକ ମୋହିତ ବର୍ମନଙ୍କ ବିରୋଧରେ ଚଣ୍ଡୀଗଡ଼ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନରେ ପ୍ରୀତି ମୋହିତ ବର୍ମନଙ୍କ ୧୧.୫ ପ୍ରତିଶତ ସେୟାର ଅନ୍ୟ କାହାକୁ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏହି ଆବେଦନ ଅଗଷ୍ଟ ୨୦ରେ ଶୁଣାଣି ହେବ। ଆବେଦନ ଅନୁଯାୟୀ, ମୋହିତ ବର୍ମନ କେପିଏଚ୍ ଡ୍ରିମ୍ କ୍ରିକେଟ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ୪୮ ପ୍ରତିଶତ ଅଂଶଧନ ଥିବାବେଳେ ପ୍ରୀତି ଜିଣ୍ଟା ଏବଂ ନେସ୍ ୱାଡିଆଙ୍କ ପାଖରେ ୨୩-୨୩ ପ୍ରତିଶତ ଅଂଶଧନ ରହିଛି ।

ଅବଶିଷ୍ଟ ଅଂଶଧନ ଚତୁର୍ଥ ଅଂଶୀଦାର କରଣ ପାଲଙ୍କ ପାଖରେ ଅଛି | ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଏହି କମ୍ପାନୀର ଦଳ । ଆବେଦନ ଅନୁଯାୟୀ ପ୍ରୀତି ଜିଣ୍ଟା କହିଛନ୍ତି ଯେ ମୋହିତ ବର୍ମନ ତାଙ୍କର ୧୧.୫ ପ୍ରତିଶତ ଅଂଶଧନକୁ ଅନ୍ୟ କୌଣସି ଦଳକୁ ବିକ୍ରୟ କରିବାକୁ ଧମକ ଦେଉଛନ୍ତି, ତେଣୁ ବର୍ମନଙ୍କୁ ଏହି ସେୟାର ବିକ୍ରୟ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ଯେଉଁଥିରେ କୋର୍ଟ ବର୍ମନଙ୍କୁ ଜବାବ ଦେବାକୁ ନୋଟିସ ଜାରି କରିଛନ୍ତି। ପ୍ରୀତି ଆର୍ବିଟ୍ରେସନ୍ ଆଣ୍ଡ କନ୍ସିଲିସନ୍ ଆକ୍ଟ-୧୯୯୬ ଅଧୀନରେ ଏକ ପିଟିସନ ଦାଖଲ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଅନ୍ୟ ଅଂଶୀଦାରମାନେ ସେହି ଅଂଶଧନ କିଣିବାକୁ ମନା କଲେ ହିଁ କୌଣସି ଅଂଶୀଦାର ଗୋଷ୍ଠୀ ବାହାରେ ନିଜର ଅଂଶ ବିକ୍ରି କରିପାରିବେ | ଏହି ମାମଲାରେ ଏପର୍ଯ୍ୟନ୍ତ ଘଟିନାହିଁ |

ଅବଶିଷ୍ଟ ଅଂଶୀଦାରମାନେ ବର୍ମନଙ୍କ ଏହି ଅଂଶଧନ କିଣିବାକୁ ମନା କରି ନାହାଁନ୍ତି | ତେବେ ବର୍ମନ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଅଂଶ ବିକ୍ରୟ କରିବାକୁ ମନା କରି ଦେଇଛନ୍ତି। ଏନେଇ ପଞ୍ଜାବ କିଙ୍ଗ୍ସ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe