ଚେନ୍ନାଇ : ସ୍ଥାନୀୟ ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ଚଳିତ ଆଇପିଏଲର ୧୪ତମ ମ୍ୟାଚ୍। ଅପରାହ୍ଣ ୩.୩୦ରେ ଆରମ୍ଭ ହୋଇଥିବା ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମୁକାବିଲାରେ ଟସ୍ ଜିତି ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ ବୋଲିଂ କରୁଛି। ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ୍ ଓ କ୍ରିସ୍ ଗେଲ୍ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ହାଇଦ୍ରାବାଦ ପକ୍ଷରୁ ବୋଲିଂର ମଙ୍ଗ ଧରିଛନ୍ତି ଭୁବନେଶ୍ବର କୁମାର ଓ ସିର୍ଦ୍ଧାର୍ଥ କାଉଲ୍।
ଏହି ମ୍ୟାଚ୍ଟି ହାଇଦ୍ରାବାଦ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ପାଲଟିଯାଇଛି। ୨୦୧୬ ବିଜେତା ଡେଭିଡ୍ ୱାର୍ଣ୍ଣରଙ୍କ ଦଳ ଲଗାତାର ତିନିଟି ପରାଜୟ ବରଣ କରି ଚାପରେ ଥିବାରୁ ଧାରା ରୋକିବା ଲକ୍ଷ୍ୟରେ ରହିଛି। ପଞ୍ଜାବ ତିନିଟିରୁ ଗୋଟିଏ ଜିତି ଅପେକ୍ଷାକୃତ ଉନ୍ନତ ସ୍ଥିତିରେ ରହିଥିଲେ ମଧ୍ୟ ଲଗାତାର ପରାଜୟ ବରଣ କରିଛି। ପଏଣ୍ଟ ଟେବୁଲ୍ର ଶେଷ ଦୁଇ ସ୍ଥାନରେ ଥିବାରୁ ଭାଗ୍ୟ ପରିବର୍ତନ କରିବା ଲାଗି ଏହି ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ରହିଛି। ହାଇଦ୍ରାବାଦ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଛି ପଶ୍ଚାତଧାବନ କରିବାରେ ଦଳ ବିଫଳ ହେଉଛି। ସମସ୍ତ ୩ ମ୍ୟାଚ୍ ଦଳ ପଛ ବ୍ୟାଟିଂରେ ହିଁ ହାରିଛି। ଏପରିକି ମୁମ୍ବାଇ ବିପକ୍ଷ ଅଳ୍ପ ସ୍କୋର୍କୁ ବି ଟପି ପାରିନଥିଲା ଦଳ।
Follow Us