ଦ୍ରୋଣାଚାର୍ଯ୍ୟ ପୁରସ୍କାର ଗ୍ରହଣ ପୂର୍ବରୁ ପୁରୁଷୋତ୍ତମଙ୍କ ପରଲୋକ

Advertisment
ଦ୍ରୋଣାଚାର୍ଯ୍ୟ ପୁରସ୍କାର ଗ୍ରହଣ ପୂର୍ବରୁ ପୁରୁଷୋତ୍ତମଙ୍କ ପରଲୋକ

New Indian Express

ନୂଆଦିଲ୍ଲୀ : ଆଜି ଥିଲା ଜାତୀୟ କ୍ରୀଡ଼ା ଦିବସ। ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ଦ୍ରୋଣାଚାର୍ଯ୍ୟ (ଆଜୀବନ) ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଥିଲେ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସାଧାରଣ ଉତ୍ସବ ଉପରେ କଟକଣା ଜାରି କରାଯାଇଛି। ଏପରିସ୍ଥଳେ ଶନିବାର ପୁରସ୍କାର ପ୍ରଦାନ ଉତ୍ସବ ପୂର୍ବରୁ ଭର୍ଚୁଆଲ ଉତ୍ସବରେ ସାମିଲ ହେବାନେଇ ଶୁକ୍ରବାର ଡ୍ରେସ୍‌ ରିହରସାଲ୍‌ ହେବାର ଥିଲା। ହେଲେ ଦୁର୍ଭାଗ୍ୟର କଥା ଏହି ପୁରସ୍କାର ଗ୍ରହଣ କରିବାକୁ ଯିବାର ଦିନକ ପୂର୍ବରୁ ହିଁ ପରଲୋକ ଗମନ କଲେ। ‌ସେ ହେଲେ ଆଥ୍‌ଲେଟିକ୍ ପ୍ରଶିକ୍ଷକ ପୁରୁଷୋତ୍ତମ ରାଏ। ଶୁକ୍ରବାର ସଂଧ୍ୟାରେ ବେଙ୍ଗାଲୁରୁରେ ହୃଦ୍‌ଘାତରେ ତାଙ୍କ ପ୍ରାଣବାୟୁ ଉଡିଯାଇଛି। ତାଙ୍କୁ ୭୯ ବର୍ଷ ହୋଇଥିଲା। ଫଳରେ ପୁରସ୍କୃତ କରିବା ପୂର୍ବରୁ ଭାରତ ଜଣେ ପୁରୁଖା ଆଥ୍‌ଲେଟ୍‌ ପ୍ରଶିକ୍ଷକଙ୍କୁ ହରାଇଲା। ହେଲେ ତାଙ୍କ ଅବଦାନ ସବୁଦିନ ପାଇଁ ମନେରହିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଶୋକ ବାର୍ତାରେ ଟ୍ବିଟ୍‌ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ୧୯୭୪ରେ ନେତାଜୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟସରୁ ଡିପ୍ଲୋମା ହାସଲ ପରେ ନିଜର ପ୍ରଶିକ୍ଷଣ ଜୀବନ ଆରମ୍ଭ କରିଥିଲେ ପୁରୁଷୋତ୍ତମ। ଅଲିମ୍ପିଆନ୍‌ କ୍ବାର୍ଟରମାଇଲର୍‌ ବନ୍ଦନା ରାଓ, ହେପ୍‌ଟାଥଲେଟ୍‌ ପ୍ରମିଳା ଆୟାପ୍ପା, ଅଶ୍ବିନ ନାଚପ୍ପା, ମୁରଲୀ କୁଟ୍ଟନ୍‌, ଏମ୍‌କେ ଆଶା, ଇବି ଶୀଲା, ରୋଜା କୁଟ୍ଟୀ ଏବଂ ଜିଜି ପ୍ରମିଳାଙ୍କ ଭଳି ପ୍ରମୁଖ ଆଥ୍‌ଲେଟ୍‌ଙ୍କୁ ପ୍ରଶିକ୍ଷଣ ଦେଇଥିଲେ ପୁରୁଷୋତ୍ତମ। ସେ ମଧ୍ୟ ୧୯୮୭ ବିଶ୍ବ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌, ୧୯୮୮ ଏସୀୟ ଟ୍ରାକ୍‌ ଆଣ୍ଡ୍‌ ଫିଲ୍‌ଡ ଚାମ୍ପିଅନ୍‌ସିପ୍‌ ଏବଂ ୧୯୯୯ ଦକ୍ଷିଣ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe