ପ୍ରଶଂସକଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇଲେ ସିନ୍ଧୁ

ପ୍ରଶଂସକଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇଲେ ସିନ୍ଧୁ

myKhel

ନୂଆଦିଲ୍ଲୀ: ବିଶ୍ବ ବିଜୟିନୀ ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ଏକ ରହସ୍ୟମୟ ଟ୍ବିଟ୍‌ ହଠାତ୍ ତାଙ୍କ ପ୍ରଶଂସକଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଥିଲା।
ସେ ଏହି ପୋଷ୍ଟରେ ‘ଡେନ୍‌ମାର୍କ ଓପନ୍‌‌ ଶେଷ ପ୍ରତିଯୋଗିତା, ମୁଁ ଅବସର ନେଉଛି’ ଲେଖିଥିଲେ। ଏହା ଦେଖି ସମସ୍ତେ ଭାବି ନେଇଥି‌ଲେ ଯେ ସିନ୍ଧୁ ଅବସର ନେଉଛନ୍ତି। ପ୍ରକୃତରେ କିନ୍ତୁ ସେ ଖେଳରୁ ଅବସର ନେବା ‌କଥା ଲେଖି ନଥିଲେ। କରୋନା ଭୂତାଣୁ ଉପରେ ଲୋକଙ୍କୁ ଜାଗ୍ରତ କରିବା ଉଦେଶ୍ୟରେ ସେ ଏଭଳି ଟ୍ବିଟ୍‌ କରିଥିଲେ। ଅବସରକୁ ନେଇ ଚର୍ଚ୍ଚା ହେବାରୁ ‌ସିନ୍ଧୁ ଏହାଉପରେ ସ୍ପଷ୍ଟୀକରଣ ରଖିଥିଲେ। ସେ ଏବେ ଅଭ୍ୟାସ କରୁଛନ୍ତି ଏବଂ ଆଗାମୀ ଏସିଆ ଓପନ୍‌ରେ ଖେଳିବେ ‌‌ବୋଲି ସୂଚନା ଦେଇଥିଲେ। ତାଙ୍କର ଏହି ପୋଷ୍ଟ ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ନିଜ ପ୍ରତିକ୍ରିୟା ରଖିଥିଲେ। ସେ ଲେଖିଥିଲେ ‌‘ତୁମେ ଆମକୁ ହାଲ୍‌କା ଝଟ୍‌କା ଦେଲ’।

ସିନ୍ଧୁଙ୍କ ଟ୍ବିଟର୍‌ ପୋଷ୍ଟ ଏହିଭଳି ଥିଲା। ‌ପ୍ରଥମ ପୃଷ୍ଠାରେ ସେ ଲେଖିଥିଲେ, ‘ଡେନ୍‌ମାର୍କ ଓପନ୍‌ ଶେଷ ପ୍ରତିଯୋଗିତା, ମୁଁ ଅବସର ନେବାକୁ ଚାହୁଁଛି।’ ଦ୍ବିତୀୟରେ ସେ ଲେଖିଥିଲେ, ‘କରୋନା ମହାମାରୀ ମୋ ଆଖି ଖୋଲି ଦେଇଛି। ବିରୋଧୀଙ୍କ ବିପକ୍ଷରେ ଲଢ଼ିବା ଲାଗି ଶେଷ ନିଶ୍ବାସ ପର୍ଯ୍ୟନ୍ତ ଚେଷ୍ଟା କରିବି। ଏହା ସର୍ବଦା ଜାରି ରହିବ। ଦେଖାଯାଉ ନଥିବା କରୋନା ଭୂତାଣୁକୁ କିଭଳି ହରାଇବି? ଏହା କବଳରେ ସାରା ବିଶ୍ବ ରହିଛି। କରୋନା ଲକ୍‌ଡାଉନ୍‌ ସମୟରେ ମାସ ମାସ ଧରି ଘରେ ଥିଲି। ଏବେ ବାହାରକୁ ବାହାରିଲା ବେଳେ ନିଜେ ନିଜକୁ ପଚାରୁଛି। ଏହି ସମୟରେ ଅନ୍‌ଲାଇନ୍‌ରେ ଏତେଗୁଡ଼ିଏ ହୃଦବିଦାରକ କାହାଣୀ ପଢ଼ିଥିଲି ଯେ ନିଜକୁ ନିଜେ ପ୍ରଶ୍ନ କରୁଛି ଏବେ ମୁଁ କେଉଁଠି। ଏଥିପାଇଁ ଶେଷ ପ୍ରତିଯୋଗିତା ଡେନ୍‌ମାର୍କ ଓପନ୍‌ରେ ଖେଳିପାରିବିନି। ମୁଁ ଏବେ ସାମ୍ପ୍ରତିକ ପରିସ୍ଥିତିରୁ ଅବସର ନେବାକୁ ବାଛିଛି। ନକରାତ୍ମକ, ଭୟ ଓ ଅନିଶ୍ଚିତତାରୁ ଅବସର ନେଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe