ତିରୁପତି ମନ୍ଦିରରେ ସିନ୍ଧୁ

Advertisment
ତିରୁପତି ମନ୍ଦିରରେ ସିନ୍ଧୁ

ତିରୁପତି: ନିକଟରେ ସ୍ବିଜରଲାଣ୍ଡରେ ଆୟୋଜିତ ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣିମ ସଫଳତା ହାତେଇ ଭାରତ ପାଇଁ ଇତିହାସ ରଚିଥିବା ପିଭି ସିନ୍ଧୁ ଶୁକ୍ରବାର ଆନ୍ଧ୍ର ପ୍ରଦେଶର ତିରୁମାଲା ନିକଟସ୍ଥ ତିରୁପତି ମନ୍ଦିର ପରିଦର୍ଶନ କରିଥିଲେ। ଏହି ପ୍ରସିଦ୍ଧ ପାହାଡି ମନ୍ଦିର ପରିଦର୍ଶନ ବେଳେ ସିନ୍ଧୁ ପ୍ରଭୂ ଭେଙ୍କଟେଶ୍ବରଙ୍କ ପୂଜାର୍ଚ୍ଚନା କରିଥିଲେ। ସିନ୍ଧୁ ଶୁକ୍ରବାର ପୂର୍ବାହ୍ନରେ ପରିବାର ସଦସ୍ୟଙ୍କ ସହ ତିରୁମାଲା ତିରୁପତି ମନ୍ଦିର ପରିଦର୍ଶନ କରି ପ୍ରଭୂଙ୍କ ଆଶୀର୍ବାଦ ନେଇଥିଲେ। ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ସ୍ବର୍ଣ୍ଣ ଜିତିବା ପରେ ଏବେ ପରବର୍ତୀ ପ୍ରତିଯୋଗିତାଗୁଡ଼ିକରେ କିପରି ଆହୁରି ଭଲ ପ୍ରଦର୍ଶନ କରିପାରିବି ସେଥିପାଇଁ ପ୍ରଭୂ ଭେଙ୍କଟେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲି ବୋଲି ସିନ୍ଧୁ କହିଥିଲେ। ମନ୍ଦିର ଛାଡ଼ିବା ପୂର୍ବରୁ ସିନ୍ଧୁଙ୍କୁ ମନ୍ଦିର ପରିଚାଳକଙ୍କ ପକ୍ଷରୁ ପ୍ରଭୂଙ୍କୁ ଲାଗି ହୋଇଥିବା ଏକ ସିଲ୍‌କ କପଡ଼ା ଏବଂ ପବିତ୍ର ପ୍ରସାଦ ଉପହାର ଭାବେ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe