Advertisment

ଚଳିତ ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ ପିଭି ସିନ୍ଧୁ

Advertisment

ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ଖବର ପାଇବା ପରେ ପିଭି ସିନ୍ଧୁଙ୍କ ପ୍ରଶଂସକମାନେ ତାଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ଖବର ପାଇବା ପରେ ପିଭି ସିନ୍ଧୁଙ୍କ ପ୍ରଶଂସକମାନେ ତାଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

tpvsindhuuu

ନୂଆଦିଲ୍ଲୀ: ବିବାହ କରିବେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଚଳିତ ମାସରେ ହେବ ଦୁହିଁଙ୍କ ବିବାହ। ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ବିବାହ ହେବ ବୋଲି ଜଣାପଡ଼ିଛି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଏବଂ ପୋଜିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ।

ପିଭି ସିନ୍ଧୁଙ୍କ ପିତା ପିଭି ରମନା କହିଛନ୍ତି ଯେ ଉଭୟ ପରିବାର ପରସ୍ପରକୁ ପୂର୍ବରୁ ଜାଣିଥିଲେ, କିନ୍ତୁ ବିବାହ ଏକ ମାସ ପୂର୍ବରୁ ସ୍ଥିର ହୋଇଥିଲା। ସିନ୍ଧୁ ଜାନୁଆରିରୁ ବ୍ୟାଡମିଣ୍ଟନ ପାଇଁ ବହୁତ ବ୍ୟସ୍ତ ରହିବେ। ତେଣୁ ଡିସେମ୍ବର ବିବାହ ପାଇଁ ସର୍ବୋତ୍ତମ ସମୟ ହୋଇଥିବାରୁ ଆମେ ଏହି ମାସରେ ବିବାହ କରାଇବାକୁ ସ୍ଥିର କଲୁ। ବିବାହ ଉଦୟପୁରରେ ୨୨ ଡିସେମ୍ବରରେ ହେବା ସହ ୨୪ଡିସେମ୍ବରରେ ହାଇଦ୍ରାବାଦରେ ବିବାହ ଭୋଜି ଦିଆଯିବ। ଏହା ପରେ ସିନ୍ଧୁ ନିଜ ଅଭ୍ୟାସ‌ରେ ଲାଗିପଡ଼ିବେ। କାରଣ ପରବର୍ତ୍ତୀ ସିଜିନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

ଭେଙ୍କଟ ଦତ୍ତା ସାଇ ପୋଜିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି। ତାଙ୍କ ପିତା ଜି.ଟି. ଭେଙ୍କଟେଶ୍ବରା ରାଓ ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ପୂର୍ବରୁ ସେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ରେ ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ଗତ ମାସରେ ପିଭି ସିନ୍ଧୁ ଏହି କମ୍ପାନିର ନୂତନ ଲୋଗୋ ଲଞ୍ଚ କରିଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe