ଫ୍ରେଞ୍ଚ୍‌ ଓପନ୍‌ ଯୋଗ୍ୟତାପର୍ଯ୍ୟାୟ: ଦ୍ବିତୀୟ ରାଉଣ୍ଡରେ ଅଙ୍କିତା

Advertisment
ଫ୍ରେଞ୍ଚ୍‌ ଓପନ୍‌ ଯୋଗ୍ୟତାପର୍ଯ୍ୟାୟ: ଦ୍ବିତୀୟ ରାଉଣ୍ଡରେ ଅଙ୍କିତା

ପ୍ୟାରିସ୍‌: ଭାରତୀୟ ଲଳନା ଅଙ୍କିତା ରାଇନା ପ୍ରବଳ ଲଢ଼େଇ କରି ଫ୍ରେଞ୍ଚ୍‌ ଓପନ୍‌ ଯୋଗ୍ୟତାପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡ୍‌ରେ ପହଞ୍ଚି ଯାଇଛନ୍ତି। ଭାରତର ଏକ ନମ୍ବର ଏବଂ ବିଶ୍ବ ମାନ୍ୟତାର ୧୭୫ତମ ଅଙ୍କିତା ମଙ୍ଗଳବାର ଉତ୍କଣ୍ଠାପୂର୍ଣ୍ଣ ୩ ସେଟ୍‌ ବିଶିଷ୍ଟ ଲଢ଼େଇରେ ୨୬ ବର୍ଷ ବୟସ୍କା ସର୍ବିୟାର ଜୋଭାନା ଜୋଭିକ୍‌ଙ୍କୁ ପରାସ୍ତ କରିଦେଇଛନ୍ତି। ଅଙ୍କିତା ଏହି ମ୍ୟାଚ୍‌ରେ ୨ ଘଣ୍ଟା ୪୭ ମିନିଟ୍‌ ଧରି ପ୍ରବଳ ସଂଘର୍ଷ କରିବା ପରେ ୬-୪, ୪-୬ ଓ ୬-୪ ସେଟ୍‌ରେ ବିଜୟୀ ହୋଇଥିଲେ। ସେଥିମଧ୍ୟରୁ କେବଳ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ ୧ ଘଣ୍ଟା ୧୧ ମିନିଟ୍‌ ଧରି ଚାଲିଥିଲା। ଏହି ବିଜୟ ସହିତ ୨୭ ବର୍ଷ ବୟସ୍କା ଅଙ୍କିତା ମଧ୍ୟ ଜୋଭିକ୍‌ଙ୍କଠୁ ମଧୁର ପ୍ରତିଶୋଧ ନେଇଛନ୍ତି। ୬ ବର୍ଷ ପୂର୍ବେ ଚୀନ୍‌ର ଆନିଂଙ୍ଗ୍‌ଠାରେ ଏକ ୫୦,୦୦୦ ଆଇଟିଏଫ୍‌ ପ୍ରତିଯୋଗିତାରେ ଅଙ୍କିତାଙ୍କୁ ପରାସ୍ତ କରିଥିଲେ ଜୋଭିକ୍‌। ଚଳିତ ଫ୍ରେଞ୍ଚ୍‌ ଓପନ୍‌ ଯୋଗ୍ୟତାପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡରେ ଅଙ୍କିତାଙ୍କ ମୁକାବିଲା ଜାପାନର କୁରୁମୀ ନାରାଙ୍କ ସହ ହେବ। ନାରା ମଧ୍ୟ ଗତବର୍ଷ ଜାପାନର ଗିଫୁରେ ଆୟୋଜିତ ଏକ ୮୦,୦୦୦ ଆଇଟିଏଫ୍‌ ପ୍ରତିଯୋଗିତାରେ ଅଙ୍କିତାଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe