୨୦୨୧ରେ ବି ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କା: ସିଇଓ

Advertisment
ଅଲିମ୍ପିକ୍ସ ପୂର୍ବରୁ ଜାପାନରେ ଜନ ଟିକାକରଣ କେନ୍ଦ୍ର

Times of India

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆୟୋଜନକୁ ଆହୁରି ୧୬ ମାସ ରହିଥିଲେ ବି ଆସନ୍ତାବର୍ଷ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ ହେବା ନେଇ ଅନିଶ୍ଚିତତା ରହିଛି। ଯେହେତୁ ଜାପାନରେ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସେହି ଦୃଷ୍ଟି‌ରୁ ଧାର୍ଯ୍ୟ ସମୟରେ ପ୍ରତି‌େଯାଗିତା ଆୟୋଜନ ହେବା ନେଇ ଆୟୋଜନ ସମିତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତୁଷିରୋ ମୁଟୋ ଆଶଙ୍କା ପ୍ରକଟ କରିଛନ୍ତି।

ଅଲିମ୍ପିକ୍ସକୁ ଗତମାସରେ ବାତିଲ କରାଯାଇ ୨୦୨୧ ଜୁଲାଇ ୨୩ ତାରିଖକୁ ଏବଂ ସେହିବର୍ଷ ଅଗଷ୍ଟ ୨୪ ତାରିଖରୁ ପାରା ଅଲିମ୍ପିକ୍ସ ଆୟୋଜନ ହେବା ନେଇ ଘୋଷଣା କରାଯାଇଥିଲା। ତେବେ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଢିଲା ପଦକ୍ଷେପ ନିଆଯାଉଥିବା ହେତୁ ପ୍ରଧାନମନ୍ତ୍ରୀ ଆବେଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ଏହି ଭୂତାଣୁର ଭୟବହତାକୁ ପ୍ରଧାନମନ୍ତ୍ରୀ ଅଣଦେଖା କରୁଛନ୍ତି ଓ ଚଳିତ ବର୍ଷ ଅଲିମ୍ପିକ୍‌ ଆୟୋଜନ କରିବା ବାହାନାରେ ଏଭଳି କାର୍ଯ୍ୟ କରୁଥିବା ବିରୋଧୀ ନେତାମାନେ ଅଭିଯୋଗ ଆଣିଥିଲେ। ତଥାପି ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ହୋଇଥିବା ‌ମୁଟୋ ସ୍ପଷ୍ଟ କରିଥିଲା ବେଳେ ସେପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜନ ପାଇଁ ସମସ୍ତେ ପ୍ରସ୍ତୁତ ହୋଇପାରିବା ଏବଂ ଆସନ୍ତାବର୍ଷକୁ ସମଗ୍ର ମ‌ାନବସମାଜ କରୋନା ଭୂତାଣୁ ସମସ୍ୟାକୁ ପାର୍‌କରିଯାଇଥିବ ବୋଲି ‌ମୁଟୋ ଆଶାବ୍ୟକ୍ତ କରିଛନ୍ତି। ତଥାପି ୨୦୨୧ ବାଦ୍‌ ଆଉ କିଛି ବିକଳ୍ପ ସମୟ ବିଷୟରେ ସେ କହିଛନ୍ତି ଯେ ଏବେ ଆମେ ବିକଳ୍ପ ବାବଦରେ ଚିନ୍ତା କରିବା ଅପେକ୍ଷା, ଭୂତାଣୁକୁ ମାରିବା ପାଇଁ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ। ଆମ ପାଖରେ ଥିବା ସମସ୍ତ ବୈଷୟିକ ଜ୍ଞାନକୌଶଳ ଖଟାଇ ଏହି ଭୂତାଣୁ ବିରୋଧରେ ଟୀକା, ଔଷଧ ଓ ଚିକିତ୍ସା ପଦ୍ଧତି ବାହାର କରାଯିବା ଉପରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି ମୁଟୋ କହିଛନ୍ତି। ଅନ୍ୟପକ୍ଷରେ ଅଲିମ୍ପିକ୍ସ ଚଳିତ ବର୍ଷରୁ ବାତିଲ ହେବା ଦ୍ବାରା ୨ରୁ ୬ ବିଲିଅନ୍‌ ଡଲାର କ୍ଷତି ହୋଇଥିବା ଜାପାନ ଗଣମାଧ୍ୟମ ଆକଳନ କରିଛନ୍ତି। କିନ୍ତୁ ଏତେଶୀଘ୍ର କ୍ଷୟକ୍ଷତିର ଆକଳନ କରାଯିବା ଏକ ତରବରିଆ କାମ। ଆୟୋଜକମାନେ ପ୍ରତିଯୋଗିତାର ବୀମା କରାଇଥିବା ବାବଦରେ ସେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe