ମାଣ୍ଡେଲାଙ୍କ ପ୍ରେରଣାରେ ରବାଦା

Advertisment
ମାଣ୍ଡେଲାଙ୍କ ପ୍ରେରଣାରେ ରବାଦା

News18.com

ଦୁବାଇ: ଏଥରର ଆ‌ଇପିଏଲ୍‌ରେ ନିଜ ଅଗ୍ନିବର୍ଷୀ ବୋଲିଂ ପାଇଁ ଢେର ଚର୍ଚାରେ ରହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରବାଦା। ଆଉ ଏକ କାରଣ ପାଇଁ ମଧ୍ୟ ସେ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। କୃଷ୍ଣକାୟଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଆରମ୍ଭ ହୋଇଥିବା ‘ବ୍ଲାକ୍ ଲାଇଭ୍ସ ମ୍ୟାଟର’ ଆନ୍ଦୋଳନକୁ ଦୃଢ଼ ସମର୍ଥନ କରିବା ସହ ନିଜ ସାମାଜିକ ଦାୟିତ୍ବ ତୁଲାଇବାକୁ ସେ କୌଣସି ପରିସ୍ଥିତିରେ ପଛଘୁଞ୍ଚା‌ ଦେବେ ନାହିଁ ବୋଲି କହିଛନ୍ତି ରବାଦା। ସେହିଭଳି ମାନବାଧିକାର ସହ ଅନ୍ୟାନ୍ୟ ମହତ କାର୍ଯ୍ୟକୁ ସବୁବେଳେ ସମର୍ଥନ କରିବେ। ଅନ୍ୟପକ୍ଷରେ କୌଣସି ପରିସ୍ଥିତିରେ ତାଙ୍କୁ ହୀନ ଭାବେ ଦେଖିବାକୁ ଅନ୍ୟମାନଙ୍କୁ ସୁଯୋଗ ଦେବେ ନାହିଁ। ଆଉ ଏକଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ଅହିଂସାର ଅନ୍ୟତମ ପୂଜାରି ନେଲସନ୍ ମାଣ୍ଡେଲାଙ୍କଠାରୁ ଶିଖିଛନ୍ତି ସେ। ରବାଦାଙ୍କ ଏହି ରୋକ୍ ଠୋକ୍ କଥା ଶନିବାର ସାମାଜିକ ଗଣମାଧ୍ୟମରେ ଅନ୍ୟତମ ଆଲୋଚିତ ବିଷୟ ଥିଲା।

ମହାନ ମାଣ୍ଡେଲା ତାଙ୍କ ଜୀବନ ଉପରେ କିଭଳି ପ୍ରଭାବ ପକାଇଥିଲେ ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ନେଇ ରବାଦା କହିଥିଲେ ‘‘ନେଲସନ୍ ମାଣ୍ଡେଲା ସମଗ୍ର ବିଶ୍ବ ଓ ବିଶେଷ କରି ଦକ୍ଷିଣ ଆଫ୍ରିକା ରାଜନୀତିରେ ମହତ୍ବପୂର୍ଣ୍ଣ ଭୁମିକା ତୁଲାଇଥିଲେ। କୃଷ୍ଣକାୟଙ୍କ ଅଧିକାର ଓ ସ୍ବାଧୀନତା ପାଇଁ ସେ ସର୍ବଦା ଲଢ଼ୁଥିଲେ। ଏଣୁ ଲୋକମାନେ ନିଜକୁ ହୀନ ଭାବେ ନଦେଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୋ ମତରେ ମନର ସ୍ବାଧୀନତା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା। ଜଣେ ଅନ୍ତର୍ଜାତୀୟ ଖେଳାଳି ହୋଇଥିବାରୁ ମୋ ମନର ଭାବନା ବ୍ୟକ୍ତ କରିବା ଲାଗି ମୋତେ ଏକ ଭଲ ମଞ୍ଚ ମିଳିଛି। ଲୋକଙ୍କ ପାଖରେ ମୋ ବାର୍ତ୍ତା ପହଞ୍ଚାଇବାକୁ ମୁଁ ଏହାକୁ ବ୍ୟବହାର କରି ପାରିବି। ରଙ୍ଗଭେଦ ବିରୋଧରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ଓ କିଂବଦନ୍ତି ବୋଲର ମାଇକେଲ୍ ହୋଲ୍ଡିଂ ଆରମ୍ଭ କରିଥିବା ସଂଗ୍ରାମକୁ ମୁଁ ଦୃଢ଼ ସମର୍ଥନ କରୁଛି। କ୍ରୀଡ଼ାବିତ୍‌ମାନେ ଏହି କ୍ଷେତ୍ରରେ ବଡ଼ ଭୂମିକା ତୁଲାଇ ପାରିବେ ବୋଲି ମୁଁ ଭାବୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe