ରବାଦା ଓ ତାହିର ନିର୍ଣ୍ଣାୟକ

Advertisment
ରବାଦା ଓ ତାହିର ନିର୍ଣ୍ଣାୟକ

-ହର୍ଷ ଭୋଗ୍‌ଲେ-
ପ୍ରତି ବର୍ଷ ଆଇପିଏଲ୍‌ରେ ଏଭଳି ଘଟିଥାଏ। ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକରେ ଦାୟିତ୍ବହୀନତା ହିଁ ଶେଷ ଆଡକୁ ପ୍ଳେ ଅଫ୍ ବ୍ୟର୍ଥତା ଭରି ଦିଏ। ପଏଣ୍ଟ ଟେବୁଲ୍ କଥା ଛାଡ଼ନ୍ତୁ, ନେଟ୍ ରନ୍ ରେଟ୍‌ (ଏନ୍‌ଆରଆର) ବି ‌ଦେଖନ୍ତୁ ଏହା ଜରୁରି ମନେ ହେବ। ମଝାମଝିରେ ଥିବା ସନ୍ ରାଇଜର୍ସ ହାଇଦ୍ରାବାଦ ଟ୍ରାଫିକ୍ ଜାମ ଭିତରେ ନିଶ୍ଚିତ ଅଗ୍ରଣୀ ରହିଛି। ନିଜର ତୃତୀୟ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଏହି ଦଳ ୧୧୮ ରନ୍‌ରେ ଧରାଶାୟୀ କରିଥିବାରୁ ଏହାର ସୁଫଳ ପାଇଛି। ସେହିଭଳି ନବମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୧୫୯ ରନ୍‌ରେ ସୀମିତ ରଖି ଏହାକୁ ୧୫ ଓଭରରେ ହାସଲ କରିବା ପରେ ସଞ୍ଚୟ କରିଥିବା ଖୁଚୁରା ଏବେ ଦଳକୁ ଧନି କରିବାକୁ ଯାଉଛି।
ଚେନ୍ନାଇ ସୁପର୍ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସ ପକେଟରେ ବଡ଼ ନୋଟ୍ ରଖି ସାରିଛନ୍ତି। ଉଭୟ ଦଳ ଏନଆର୍‌ଆର୍‌କୁ ନେଇ ଚିନ୍ତିତ ‌ହେବାର କିଛି କାରଣ ନାହିଁ। ଉଭୟ ଦଳ ବୁଧବାର ମୁହାଁମୁହିଁ ହେବାର ଥିବାରୁ ଏହି ମ୍ୟାଚ୍‌ କିଛି ହାଲକା ଆଭିମୁଖ୍ୟ ରଖିବ। ଚେନ୍ନାଇ ପାଇଁ ଚେନ୍ନାଇରେ ପ୍ଲେ ଅଫ୍‌ ଖେଳିବାକୁ ନିଶ୍ଚିତ କରିବା ଲାଗି ଶୀର୍ଷ ୨ ଭିତରେ ରହିବାକୁ ପଡ଼ିବ। ଘରୋଇ ପଡ଼ିଆରେ କିନ୍ତୁ ସେମାନେ ଏଥର ଖରାପ ଖେଳିଛନ୍ତି। ଗତ ଦୁଇ ସପ୍ତାହ ଦେଖିଲେ ‌ଚେନ୍ନାଇ ଆଗଭଳି ଶକ୍ତିଶାଳୀ ରହିଥିବା ମନେ ହେଉନାହିଁ। ଚେନ୍ନାଇକୁ ହରାଇ ଦିଲ୍ଲୀ କିନ୍ତୁ ଶୀର୍ଷରେ ସୁରକ୍ଷିତ ରହିବାକୁ ଚାହିଁବ।
ଚେନ୍ନାଇରେ ଯେତେ ବଡ଼ ସ୍କୋର୍ ହେବ ଦିଲ୍ଲୀ ସୁଯୋଗ ‌ସେତିକି ବଢ଼ିବ। ଛୋଟ‌ ସ୍କୋର୍ ହେଲେ ସ୍ପିନ୍ ଗୁରୁତ୍ବ ରହିବ। ଚେନ୍ନାଇ ଏ କ୍ଷେତ୍ରରେ ଭଲ କରିପାରେ। ଉଭୟ ଦଳ କିନ୍ତୁ ଭାଗ୍ୟବାନ ଯେ ସେମାନଙ୍କ ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଆଇପିଏଲ୍‌ ଶେଷ ପର୍ଯ୍ୟନ୍ତ ରହିବେ। ଦ୍ରୁତ ବୋଲର କାଗିସୋ ରବାଦା ଏବଂ ସ୍ପିନର ଇମ୍ରାନ ତାହିର୍‌ ବୋଲିଂ ତାଲିକାର ଶୀର୍ଷ ୨ ସ୍ଥାନରେ ରହିଛନ୍ତି। ବୟସ ଏବଂ ଅଭିଜ୍ଞତା ବଳରେ ହିଁ ଉଭୟ ପରସ୍ପର ବିରୋଧୀ ଢଙ୍ଗରେ ପ୍ରଭାବୀ ପ୍ରଦର୍ଶନ ଦେଇଛନ୍ତି। ଏହି ଦୁଇ ଜଣ ହିଁ ନିଜ ନିଜ ଦଳର ପ୍ରମୁଖ ଖେଳାଳି ଏବଂ ବଡ଼ ମ୍ୟାଚ୍‌ରେ ନିର୍ଣ୍ଣାୟକ‌ ହେବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe