ରବାଦା ରାମ୍ପିଲେ ୫, ଅଷ୍ଟ୍ରେଲିଆ ୨୪୩

Advertisment
ରବାଦା ରାମ୍ପିଲେ ୫, ଅଷ୍ଟ୍ରେଲିଆ ୨୪୩

ପୋର୍ଟ ଏଲିଜାବେଥ୍‌: କାଗିସୋ ରବାଦା ରାମ୍ପି ନେଲେ ୫ ଓ୍ଵିକେଟ୍‌। ଫଳରେ ପ୍ରଥମ ଟେଷ୍ଟ୍‍ରେ ବିଜୟୀ ଅଷ୍ଟ୍ରେଲିଆ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‍ର ପ୍ରଥମ ଦିନରେ ହିଁ ମାତ୍ର ୨୪୩ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ଦେଇଛି। ଡେଭିଡ୍‌ ଓ୍ଵାର୍ନର (୬୩, ୧୦୦ ବଲ୍‌, ୯ ଚୌକା) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ ମଧ୍ୟ ମଧ୍ୟକ୍ରମରେ ଛୋଟ ଛୋଟ ଅବଦାନ କାରଣରୁ ଦଳ ୨୦୦ ଟପି ପାରିଥିଲା। ଶେଷ ଦୁଇ ଓ୍ଵିକେଟ୍‌ ଭାଗୀଦାରିରେ ଭ୍ରମଣକାରୀ ଦଳ ୬୧ ରନ୍‌ ଯୋଡ଼ି ସମ୍ମାନ ରଖିଥିଲା। ଜବାବରେ ପ୍ରଥମ ଦିନ ଖେଳ ଶେଷ ବେଳକୁ ଘରୋଇ ଦକ୍ଷିଣ ଆଫ୍ରିକା ଏଦୈନ ମର୍କରାମ (୧୧)ଙ୍କ ଓ୍ଵିକେଟ୍‌ ହରାଇ ୩୯ ରନ୍‌ କରିଛି।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୭୧.୩ ଓଭରରେ ୨୪୩ (ଡେଭିଡ୍‌ ଓ୍ଵାର୍ନର-୬୩, କାମେରନ୍‌ ବନ୍‌କ୍ରଫଟ-୩୮, ଟିମ୍‌ ପାଇନ୍‌-୩୬, ଷ୍ଟିଭେନ୍‌ ସ୍ମିଥ୍‌-୨୫, ସନ୍‌ ମାର୍ସ-୨୪, ନାଥନ୍‌ ଲିଅନ-୧୭, ଜୋସ୍‌ ହାଜେଲ୍‌ଉଡ୍‌-୧୦*, କାଗିସୋ ରବାଦା-୫/୯୬, ଲୁଙ୍ଗି ଏନଗିଡ଼ି-୩/୫୧, ଭର୍ନାନ୍‌ ଫିଲାଣ୍ଡର୍‌-୨/୨୫)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୨ ଓଭରରେ ୩୯/୧ (ଡିନ୍‌ ଏଲଗାର-୧୧*, କାଗିସୋ ରବାଦା-୧୭*, ପ୍ୟାଟ୍‌ କମିନସ-୧/୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe