ଭୁବନେଶ୍ୱର: ଟଙ୍କପାଣୀ ରୋଡ଼୍ ସାଇ ବୀଣାପାଣି ଜ୍ଞାନମନ୍ଦିରରେ ଓଡ଼ିଶା ରାଜ୍ୟ ଚେସ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ରାଧାମାଧବ ପାଣିଗ୍ରାହୀ ସ୍ମାରକୀ ବିଦ୍ୟାଳୟ ଓପନ୍ ଚେସ୍ ପ୍ରତିଯୋଗିତାରେ ଡିପିଏସ୍ କଳିଙ୍ଗ ଛାତ୍ରୀ ଯଶସ୍ୱିନୀ ଷଡ଼ଙ୍ଗୀ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। ମୋଟ ୭ ରାଉଣ୍ଡ୍ରୁ ସେ ୬ ପଏଣ୍ଟ୍ ପାଇଥିଲା ବେଳେ ଭୁବନେଶ୍ୱର ସେଣ୍ଟ୍ ଜୋସେଫ୍ ହାଇସ୍କୁଲ୍ ଛାତ୍ର ସାସ୍ୱତ ସାହୁ ଏବଂ ବିଜେଇଏମ୍ ସ୍କୁଲ୍ ଛାତ୍ର ଶୁଭମ୍ଜ୍ୟୋତି ସାହୁ (ଉଭୟ ୫.୫) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେ ଅନୁରାଗ, ଏମ୍ ବୈଭବ, ବିଶ୍ୱଜିତ୍ ମହାପାତ୍ର (ସମସ୍ତେ ୫.୫), ତ୍ରିଦେବ ସାହୁ (୫), ନିଖିଲ ସାହୁ, ଶ୍ରୀୟାଂଶ ଦେ, ଓମ୍ ପ୍ରତୀକ୍ ମହାପାତ୍ର, ହର୍ଷିତ୍ ମହାପାତ୍ର, ଶିବାଙ୍ଗୀ ମହାନ୍ତି, ଶୁଭ୍ରଜିତ୍ ବେହେରା, ଅନନ୍ୟା ଅପରିମିତା ଏବଂ ଆଦିତ୍ୟ ବିକ୍ରମ ମିଶ୍ର (ସମସ୍ତେ ୪.୫) ଯଥାକ୍ରମେ ଚତୁର୍ଥରୁ ପଞ୍ଚଦଶ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି। ବିଭିନ୍ନ ବୟସ ବର୍ଗରେ ଶିବମ୍ ସତ୍ୟାଂଶ, ଜଗତ ଜସିମ୍ ପାତ୍ର, ତନ୍ମୟ ତଲିନ୍ ବେହେରା, ମୋହିତ ଜନ୍ମେଜୟ (୭ରୁ କମ୍), ଅଂଶୁମାନ ପତି, ରୁକ୍ମନ ସାହୁ, ଓମ୍ ଆଦିତ୍ୟ ରାଉତ, ଶିବ ପ୍ରସାଦ ଶରବ (୯ରୁ କମ୍), ଅମ୍ରିତ୍ ଶତପଥୀ, ସଂଶ୍ଲେଷ ସାହୁ, ବୈଭବ ଘୋଷ, ଜୀବନଜ୍ୟୋତି ଦାସ (୧୧ରୁ କମ୍), ଅଭିଷେକ କର, ସଚିଦାନନ୍ଦ ସାମନ୍ତରାୟ, ସୁଧାଂଶୁ ବାରିକ୍, ଶୁଭମ୍ ନାୟକ (୧୩ରୁ କମ୍), ରିକି ନାୟକ, ଅସ୍ମିତ୍ ବଳବନ୍ତରାୟ, ପ୍ରଜ୍ଞାନ ଦାଶ, କୌଶିକ୍ ମହାପାତ୍ର (୧୫ରୁ କମ୍), ଗ୍ରେସ୍ମା ରଥ, ମିକୁନ ମିଶ୍ର, ନମସ୍ୟା ନଳିନୀ, ଈଶାନୀ ଦାସ (ବାଳିକା) ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଯୁଗ୍ମ ସଚିବ ରୂପ ନାରାୟଣ ଦାସ ମୁଖ୍ୟ ଅତିଥି, ସାଇ ବୀଣାପାଣୀ ଜ୍ଞାନମନ୍ଦିରର ସଂପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର ଏବଂ ରାଜ୍ୟ ଚେସ୍ ସଂଘ କ୍ରୀଡ଼ା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us