ମା’ ହେଲେ ରାଦୱାନସ୍କା

ମା’ ହେଲେ ରାଦୱାନସ୍କା

ନୂଆଦିଲ୍ଲୀ: ପୂର୍ବତନ ଦୁଇ ନମ୍ବର ମହିଳା ଟେନିସ୍‌ ତାରକା ଅଗ୍ନିସ୍କା ରାଦୱାନସ୍କା ମଙ୍ଗଳବାର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ତାଙ୍କ ପତି ତଥା ପୂର୍ବତନ ଟେନିସ ଖେଳାଳି ଦାୱିଦ ସେଲ୍ଟ ଇନ୍‌‌ଷ୍ଟାଗ୍ରାମରେ ଏହି ଖୁସି ଖବର ଦେଇଛନ୍ତି।

ନବଜାତକର ହାତର ଫଟୋ ପକାଇ ପ୍ରଶଂସକଙ୍କୁ ସେ ଓ ରାଦୱାନସ୍କା ପିତା-ମାତା ହୋଇଥିବା ସୂଚନା ଦେଇଛନ୍ତି। ଏହି ଟେନିସ ଦମ୍ପତି ପୁଅର ନାଁ ‘ଜାକୁବ’ ରଖିଛନ୍ତି। ୨୦୦୮ ଜୁଲାଇ ୨୨ ତାରିଖରେ ବିବାହ‌ ବନ୍ଧନରେ ଅବାଦ୍ଧ ହୋଇଥିଲେ ଏହି ଦମ୍ପତି। ବିବାହ ଉତ୍ସବରେ ଉଭୟ ପରିବାରର ସଦସ୍ୟ, ସମ୍ପର୍କୀୟ ଏବଂ ଏଟିପି ଓ ଡବ୍ଲୁଟିଏର ସାଥୀ ଖେଳାଳିମାନେ ଉପସ୍ଥିତ ଥିଲେ। ପ୍ରଥମ ସନ୍ତାନର ଜନନୀ ହେବାକୁ ଯାଉଥିବା ୩୧ ବର୍ଷୀୟା ରାଦୱାନସ୍କା ଗତ ଜାନୁଆରିରେ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ରାଦୱାନସ୍କା ୨୦ ଡବ୍ଲୁଟିଏ ମୁକୁଟ କରାୟତ କରିଥିଲା ବେଳେ ୨୦୧୮ ନଭେମ୍ବର ୧୪ ତାରିଖରେ ଅବସର ନେଇଥିଲେ। ଏହି ପୂର୍ବତନ ପୋଲାଣ୍ଡ ଖେଳାଳି ୨୦୧୨ରେ ୱିମ୍ବଲ୍‌ଡନ୍‌ ଫାଇନାଲ୍‌ ଏବଂ ୨୦୧୪ ଓ ୨୦୧୬ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ ଖେଳିଥିଲେ। ୨୦୧୫ରେ ଟୁର୍‌ ଫାଇନାଲ୍‌ର ବିଜୟିନୀ ହୋଇଥିଲେ ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe