ରାହାଣେ ରାଜୁତି ଦିଲ୍ଲୀ ପାଇଁ ସୁଖବର: ପ୍ରଜ୍ଞାନ

Advertisment

‘ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ’

‘ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ’

ଟେଷ୍ଟ୍‌ ଦଳକୁ ଫେରିଲେ ରାହାଣେ: ବାଦ୍‌ ପଡ଼ିଲେ ଈଶାନ, ସୂର୍ଯ୍ୟକୁମାର, କୁଲଦୀପ

ମୁମ୍ବାଇ: ୫ ମ୍ୟାଚ୍‌ର ବିଫଳତାକୁ ଭୁଲି ଅଜିଙ୍କ୍ୟ ରାହାଣେ ସୋମବାରର ରୟାଲ ଚାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ମହତ୍ବପୂର୍ଣ୍ଣ ଅର୍ଧଶତକ ଅର୍ଜନ କରିଥିଲେ। ତାଙ୍କ ୬୪ ରନ୍ ପାଳି ବଳରେ ଦିଲ୍ଲୀ ୬ ୱିକେଟ୍ ବିଜୟ ସହ ଚଳିତ ଆଇପିଏଲ୍‌ ପଏଣ୍ଟ୍‌ ତାଲିକାର ଶୀର୍ଷ ଦୁଇ ସ୍ଥାନରେ ରହିବାକୁ ନିଶ୍ଚିତ କରିଥିଲା। ଫଳରେ ଫାଇନାଲ୍ ଖେଳିବା ଲାଗି ଦୁଇଟି ସୁଯୋଗର ହକ୍‌ଦାର ହୋଇଥିଲା। ପ୍ରଥମ ଦୁଇ ସ୍ଥାନରେ ରହିଥିବାରୁ ଏହି ଦଳ ଏବେ କ୍ବାଲିଫାୟର-୧ ଓ କ୍ବାଲିଫାୟର-୨ ଖେଳିବାର ସୁଯୋଗ ପାଇବ। ଠିକଣା ସମୟରେ ରାହାଣେ ଫର୍ମକୁ ଫେରିବା କିନ୍ତୁ ଦିଲ୍ଲୀ ପାଇଁ ଏବ ବହୁତ ଭଲ ଖବର। ୩୭ ବଲ୍‌ରୁ ୨୮ତମ ଆଇପିଏଲ୍ ଅର୍ଧଶତକ ଅର୍ଜନ କରି ରାହାଣେ ନିରବରେ ଦିଲ୍ଲୀ ବିଜୟକୁ ସୁନିଶ୍ଚିତ କରିଥିଲେ। ଏହା ହିଁ ତାଙ୍କ ମହାନତା ବୋଲି ଦିଲ୍ଲୀର ମନୋବଳବୃଦ୍ଧିକାରୀ ବିଜୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା କହିଛନ୍ତି। ଏକ ସାକ୍ଷାତକାର ଅବସରରେ ପ୍ରଜ୍ଞାନ କହିଛନ୍ତି ଯେ ‘‘ସମସ୍ତେ ଭାବୁଥିବେ ଶିଖର ଧା‌ୱନ ଏକ ଚମତ୍କାର ପାଳି ଖେଳିଲେ। ହେଲେ ପ୍ରକୃତରେ ରାହାଣେ ପାଳି ଗଢ଼ିବାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ସେ ନିରବର ସହ ଦିଲ୍ଲୀ ବିଜୟକୁ ସୁନିଶ୍ଚିତ କରିଥିଲେ। ଏହା ହିଁ ରାହାଣେଙ୍କ ଅସଲ ଶକ୍ତି। ସେ ଜଣେ କୁଶଳୀ ବ୍ୟାଟ୍ସମ୍ୟାନ୍, ହେଲେ କେବେ ବି ଶିରୋନାମାରେ ରୁହନ୍ତି ନାହିଁ। କିନ୍ତୁ ସମସ୍ତଙ୍କୁ ଏକାଠି ବାନ୍ଧି ରଖିବେ। ତାଙ୍କ ପାଇଁ ମୁଁ ବହୁତ ଖୁସୀ। ଦଳ ସୀମା ରେଖା ପାରନହେବା ପର୍ଯ୍ୟନ୍ତ ସେ କିଛି ବି ଅଲଗା କରିବାକୁ ଚେଷ୍ଟା କରିନଥିଲେ। ଦଳର ବିଜୟ ସୁନିଶ୍ଚିତ ହେବା ପରେ ହିଁ ସେ ବିପଜ୍ଜନକ ସଟ୍ ଖେଳିବା ଉପରେ ଧ୍ୟାନ ଦେଇଥିଲେ’’।

‘ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ’
ଗୁରୁବାର ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସ-ମୁମ୍ବାଇ ଇଣ୍ଡିଆନ୍‌ସ ପ୍ରଥମ କ୍ବାଲିଫାୟର ବେଶ୍ ରୋମାଞ୍ଚକର ହେବ ବୋଲି ପ୍ରଜ୍ଞାନ ଭବିଷ୍ୟବାଣୀ କରିଛନ୍ତି। ‘‘ଶୀର୍ଷ ଦୁଇ ସ୍ଥାନରେ ରହିବା ଦିଲ୍ଲୀ ପାଇଁ ପ୍ରକୃତରେ ବହୁତ ବଡ଼ କଥା। ସେମାନେ ଏବେ ଏକ ଅତିରିକ୍ତ ମ୍ୟାଚ୍ ଖେଳିପାରିବେ। ଯାହା ଫଳରେ ମୁମ୍ବାଇ ବିପକ୍ଷରେ ଚାପ ମୁକ୍ତ କ୍ରିକେଟ୍ ଖେଳିପାରିବେ। ଯେତେବେଳେ ଆପଣ କୌଣସି ବଡ଼ ପ୍ରତିଯୋଗିତା ଖେଳନ୍ତି, ଠିକ୍ ଏହି ଭଳି କଥା ହିଁ ଘଟିଥାଏ। ଫାଇନାଲ୍‌କୁ ଯିବା ଲାଗି ଆପଣଙ୍କୁ ଏକ ଅତିରିକ୍ତ ସୁଯୋଗ ମିଳିଯାଏ’’ ବୋଲି ପ୍ରଜ୍ଞାନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe