ରାହାଣେଙ୍କ ପଦୋନ୍ନତି ବୁଝିବା କଷ୍ଟ: ଗାଙ୍ଗୁଲି

ଚଳିତ ଆଇପିଏଲରେ ଏହି ଦାୟିତ୍ୱରେ ନଜର ଆସିବେ ଗାଙ୍ଗୁଲି

Times of India

ନୂଆଦିଲ୍ଲୀ : ପ୍ରତ୍ୟାବର୍ତନର ମାତ୍ର ଗୋଟିଏ ଟେଷ୍ଟ୍ ପରେ ଅଜିଙ୍କ୍ୟ ରାହାଣେଙ୍କୁ ଭାରତୀୟ ଟେଷ୍ଟ୍ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଥିବାରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅସନ୍ତୁଷ୍ଟ ହୋଇଛନ୍ତି। ଗାଙ୍ଗୁଲି କହିଛନ୍ତି ଚୟନ ପ୍ରକ୍ରିୟାରେ ‘ସଂଗତି ଓ ନିରଂତର’ ବଜାୟ ରଖା‌ଯିବା କଥା। ଏହା ଏକ ପଛକୁ ଯିବା ଭଳି ନିଷ୍ପତ୍ତି ନୁହେଁ, କିନ୍ତୁ ଜଣେ ୧୮ ମାସ ଧରି ଦଳଠାରୁ ଦୂରେଇ ରହିବା ପରେ ଗୋଟିଏ ଟେଷ୍ଟ୍ ଖେଳି ଉପଅଧିନାୟକ ନିଯୁକ୍ତ ହେବା ମୋ ବୁଝିବା ବାହାରେ। ରବୀନ୍ଦ୍ର ଜାଦେଜା ଦଳ ସହ ବହୁ ଦିନରୁ ଅଛନ୍ତି ଏବଂ ଟେଷ୍ଟ୍‌ ମ୍ୟାଚ୍‌ ଦଳରେ ଜଣେ ସର୍ବଦା ନିଶ୍ଚିତ ଖେଳାଳି। ସେ ଏଥି ପାଇଁ ପ୍ରାର୍ଥୀ ‌ହୋଇପାରିଥାନ୍ତେ’ ବୋଲି ଗାଙ୍ଗୁଲି କହିଛନ୍ତି।

ସେହିଭଳି ଚେତେଶ୍ବର ପୂଜାରା ସମ୍ପର୍କରେ ଗାଙ୍ଗୁଲି କହିଥିଲେ, ୧୦୦ରୁ ଅଧିକ ଟେଷ୍ଟ୍ ଖେଳିଥିବା ଜଣେ ଖେଳାଳିଙ୍କୁ ବାଦ୍ ଦିଆଯିବା ସମ୍ପର୍କରେ ତାଙ୍କୁ ସ୍ପଷ୍ଟ ଭାବେ ଅବଗତ କରିଦିଆଯିବା ଉଚିତ। ପୂଜାରାଙ୍କ ଭଳି ଜଣେ ଖେଳାଳିଙ୍କୁ ବାଦ୍‌ ଦେବା...ସାମିଲ କରିବା...ପୁଣି ବାଦ୍ ଦେବା ଭଳି ବ୍ୟବହାର ଠିକ୍ ନୁହେଁ। ଯଶସ୍ବୀ ଜୟସ୍ବାଲ ଘରୋଇ କ୍ରିକେଟ୍‌ରେ ଭଲ କରିଛନ୍ତି, କିନ୍ତୁ ଋତୁରାଜ ଗାଏକ୍ବାଡ ଆଇପିଏଲ୍‌ରେ ଭଲ ଖେଳି ଟେଷ୍ଟ୍‌ ଦଳକୁ ଆସିବା ଯଥାର୍ଥ ଲାଗୁନାହିଁ। ସର୍ଫରାଜ ଖାନ୍‌, ଅଭିମନ୍ୟୁ ଈଶ୍ବରନ ଘରୋଇ କ୍ରିକେଟ୍‌ରେ ଭଲ କରିଥିବା ବେଳେ ସେମାନଙ୍କୁ ବି ସୁଯୋଗ ମିଳିବା ଉଚିତ ଥିଲା ବୋଲି ଗାଙ୍ଗୁଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe