ଜାନୁଆରିରେ ବାହାହେବେ ରାହୁଲ-ଆଥିୟା

Advertisment
ଜାନୁଆରିରେ ବାହାହେବେ ରାହୁଲ-ଆଥିୟା

ନୂଆଦିଲ୍ଲୀ: ଜାନୁଆରି ୨୦୨୩ରେ ବାହାହେବେ କ୍ରିକେଟର୍‌ କେଏଲ୍ ରାହୁଲ ଏବଂ ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ପରେ ପରେ ହିଁ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ। ରାହୁଲ ନିଜେ ତାଙ୍କୁ ଏକଥା କହିଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବଲିଉଡ୍‌ର ଆକ୍ସନ ଷ୍ଟାର ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ଏବଂ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ପ୍ରେମ କରି ଆସୁଛନ୍ତି। ରାହୁଲଙ୍କ ଏକାଧିକ ବିଦେଶ ଗସ୍ତରେ ଅଥିୟାଙ୍କୁ ତାଙ୍କ ସହ ଦେଖିବାକୁ ମିଳିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe