ଚଣ୍ଡିଗଡ: କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ବୁଧବାର ନିଜ ୨୬ତମ ଜନ୍ମ ଦିବସ ପାଳନ କରିଥିଲେ। ଏହି ଅବସରରେ େଓ୍ଵଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ନୂଆ ସଦସ୍ୟ କ୍ରିସ୍ ଗେଲ୍ ତାଙ୍କୁ ନିଆରା ଉପହାର ଦେଇଥିଲେ। ରାହୁଲଙ୍କ ପାଇଁ ଗେଲ୍ ନିଜେ ହିଁ କେକ୍ ପାଲଟି ଯାଇଥିଲେ। ସାଥୀ ଖେଳାଳିଙ୍କ ସହ ରାହୁଲ ଉତ୍ସବ ପାଳୁଥିଲା ବେଳେ ଗେଲ୍ ନିଜ ଦେହରେ ବିଭିନ୍ନ ପ୍ରକାର ଫଳ ଟାଙ୍ଗି ସେଠାରେ ପହଞ୍ଚି ଯାଇଥିଲେ। ଏହା ଦେଖି ଉତ୍ସବ ସ୍ଥଳରେ ଥିବା ବାମହାତୀ ଯୁବରାଜ ସିଂହ ଏବଂ ଅନ୍ୟମାନେ ନିଜ ହସକୁ ରୋକି ପାରି ନଥିଲେ। ତେବେ ସବୁଠାରୁ ଅଧିକ ମଜା ଗେଲ୍ ଉଠାଇଥିଲେ। ରାହୁଲ ମଧ୍ୟ ତାଙ୍କ ଦେହରୁ ଫଳ ତୋଳି ଖାଉଥିବା ଦେଖିବାକୁ ମିଳିଥିଲା। ଏହି ଅଭିନବ ଉତ୍ସବ ପାଳନର ଭିଡିଓ ଖେଳାଳିମାନେ ନିଜ ଟ୍ଵିଟର ଆକାଉଣ୍ଟରେ ପ୍ରକାଶ କରିବା ପରେ ଏହା ତୁରନ୍ତ ଚର୍ଚାର ବିଷୟ ପାଲଟି ଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us