ଦୁବାଇରେ ରାହୁଲ ବିସ୍ଫୋରଣ : ଆଇପିଏଲ୍‌-୧୩ରେ ପ୍ରଥମ ଶତକ, ୬୯ ବଲ୍‌ରୁ ୧୩୨*; ୧୪ ଚୌକା, ୭ ଛକା

ଦୁବାଇରେ ରାହୁଲ ବିସ୍ଫୋରଣ : ଆଇପିଏଲ୍‌-୧୩ରେ ପ୍ରଥମ ଶତକ, ୬୯ ବଲ୍‌ରୁ ୧୩୨*; ୧୪ ଚୌକା, ୭ ଛକା

Deccan Chronicle

ଦୁବାଇ : ଚଳିତ ଆଇପିଏଲ୍‌ର ପ୍ରଥମ ଶତକ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେଏଲ୍ ରାହୁଲ ହାସଲ କରିଛନ୍ତି। ବୁଧବାର ତାଙ୍କ ୧୩୨ ରନ୍‌ର ଅପରାଜିତ ତଥା ବିସ୍ଫୋରକ ପାଳି ବଳରେ ପଞ୍ଜାବ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୯୭ ରନ୍‌ର ବିପୁଳ ବିଜୟ ହାସଲ କରିଛି। ଏହା ମଧ୍ୟ ଅଧିନାୟକ ଭାବେ ଆଇପିଏଲ୍ ଇତିହାସର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ଥିଲା। ରାହୁଲ ନିଜ ସ୍ମରଣୀୟ, ଚିତ୍ତାକର୍ଷକ, କୀର୍ତ୍ତିମାନଭରା ତଥା ମନ୍ତ୍ରମୁଗ୍ଧ କଲା ଭଳି ପାଳିରେ ୧୪ ଚୌକା ଓ ୭ ଛକା ମାରିଥିଲେ। ୩୬ ବଲ୍‌ରୁ ୭ ଚୌକା ଓ ଗୋଟିଏ ଛକା ବଳରେ ଅର୍ଧଶତକ ପୂରଣ କରିବା ପରେ ୬୨ ବଲ୍‌ରୁ ୧୨ ଚୌକା ଓ ୩ ଛକା ସହାୟତାରେ ଶତକ ଛୁଇଁଥିଲେ। ଆଇପିଏଲ୍‌ରେ ଏହା ରାହୁଲଙ୍କର ଦ୍ବିତୀୟ ଶତକ ଥିଲା ବେଳେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍। ରାହୁଲ(୬୦ ପାଳି) ମଧ୍ୟ ସଚିନ ତେନ୍ଦୁଲକର (୬୩ ପାଳି)ଙ୍କୁ ଟପି ଆଇପିଏଲ୍‌ରେ ୨ ହଜାର ରନ୍ ପୂରଣ କରିବାରେ ଦ୍ରୁତତମ ଭାରତୀୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe