(Photo Credits: Twitter)
ନୂଆଦିଲ୍ଲୀ: ଆଜି କ୍ରିକେଟ୍ ଦୁନିଆର ଅନ୍ୟତମ ଉଦୀୟମାନ ତାରକା ରାହୁଲ ଦ୍ରାବିଡଙ୍କ ଜନ୍ମଦିନ। ରାହୁଲ ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ରାହୁଲଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛା ମିଳିଥିବା ବେଳେ ଚର୍ଚ୍ଚାରେ ରହିଛି କ୍ରିକେଟର୍ ଅଜିଙ୍କ୍ୟ ରାହାଣେଙ୍କ ଟ୍ବିଟ୍। ସେ ଏକ ଭାବପ୍ରବଣ ଟ୍ବିଟ୍ ପୋଷ୍ଟ୍ କରି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି।
ରାହଣେ ଟ୍ବିଟ୍ କରି ଲେଖିଛନ୍ତି, ‘ମୋ ପ୍ରେରଣା। ସବୁୁବେଳେ ତାଙ୍କୁ ଦେଖୁଥାଏ। ତାଙ୍କ ସହ ମୁଁ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଛି। ସବୁବେଳେ ମୋ ପାଇଁ ଜଣେ ମାଗଦର୍ଶକ ଓ ରୋଲ୍ ମଡେଲ୍ ହୋଇ ରହିଛନ୍ତି। ସେ ହେଉଛନ୍ତି ଏମିତି ଜଣେ ବ୍ୟକ୍ତି ବାସ୍ତବରେ ମୁଁ ଯାହାଙ୍କୁ ସାଇତି ରଖିବାକୁ ଚାହେଁ। ରାହୁଲ ଭାଇ, ତୁମକୁ ଜନ୍ମଦିନର ଶୁଭେଚ୍ଛା।’
ରାହୁଲ ଓ ରାହାଣେ ଏକା ସାଥିରେ ଅନେକ ମ୍ୟାଚ୍ ଖେଳିଛନ୍ତି। ଅନେକ ଘଟଣାରୁ ସେମାନଙ୍କ ମଧ୍ୟରେ ଘନିଷ୍ଠତା ଥିବା ସାମ୍ନାକୁ ଆସିଛି। ୨୦୧୨ ମସିହାରେ ଦ୍ରାବିଡ୍ କ୍ରିକେଟ୍ରୁ ଅବସର ନେଇଛନ୍ତି। ତାଙ୍କ ଅବସର ପରେ ଭାରତୀୟ ଟିମ୍କୁ ତାଙ୍କ ପରି ଜଣେ ‘ମିଷ୍ଟର୍ ଡିପେଣ୍ଡେବଲ୍(ଭରସାଯୋଗ୍ୟ)’ କ୍ରିକେଟର୍ଙ୍କର ଆବଶ୍ୟକତା ରହିଥିବା ବେଳେ ରାହାଣେ କିଛି ମାତ୍ରାରେ ତାଙ୍କର ଅଭାବ ପୂରା କରିବାରେ ସମର୍ଥ ହୋଇଛନ୍ତି। ରାହୁଲଙ୍କ ପରି ରାହାଣେ ମଧ୍ୟ ଭାରତୀୟ କ୍ରିକେଟ୍ ଟିମ୍ର ଜଣେ ଦକ୍ଷ ଖେଳାଳି। ବର୍ତ୍ତମାନର ଟେଷ୍ଟ୍ ରାଙ୍କିଂରେ ରାହାଣେ ନବମ ସ୍ଥାନରେ ଅଛନ୍ତି। ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ଗୁଡ଼ିକରେ ରାହାଣେ ରାହୁଲଙ୍କ ବୀରତ୍ବକୁ ପୁଣି ଥରେ ମନେ ପକାଇ ପାରନ୍ତି ବୋଲି ଆଶା ରହିଛି।
Follow Us