Image Courtesy of The Hindu
ନୂଆଦିଲ୍ଲୀ: ଖ୍ୟାତିସମ୍ପନ୍ନ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ରାହୁଲ୍ ଦ୍ରାବିଡ଼ ଭାରତର ପୁରୁଷ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏ ସଂକ୍ରାନ୍ତ ଏକ ୨ ବର୍ଷିଆ ରାଜିନାମା ସ୍ବାକ୍ଷର କରିବା ନେଇ ସେ ସମ୍ମତ ହୋଇଥିବା କଥା କୁହାଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ, ‘ୟୁନାଇଟେଡ୍ ଆରବ ଏମିରେଟ୍ସ୍’ରେ ‘ଟି୨୦ ବିଶ୍ୱକପ୍’ ମ୍ୟାଚ୍ ଶେଷ ହେବା ପରେ ସେ ଭାରତୀୟ ଜାତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହେବେ। କିନ୍ତୁ, ‘ବିସିସିଆଇ’ର ଏହି ପ୍ରସ୍ତାବ ପ୍ରତି ପ୍ରଥମେ ସେ କୁଣ୍ଠା ପ୍ରକାଶ କରିଥିଲେ।
ଦେଶର ଅନ୍ୟତମ ମହାନ୍ କ୍ରିକେଟ୍ ଖେଳାଳି ୪୮ ବର୍ଷିୟ ଦ୍ରାବିଡ଼ ଗତ ୬ବର୍ଷ ହେବ ‘ଇଣ୍ଡିଆ ଏ’ ଏବଂ ‘ଅଣ୍ଡର-୧୯’ ଦଳର ଦାୟିତ୍ୱରେ ରହିଛନ୍ତି। ତାଙ୍କମାର୍ଗଦର୍ଶନରେ ଖେଳି ଋଷଭ ପନ୍ତ, ଅୱେଶ ଖାଁ, ପୃଥ୍ଵୀରାଜ ସ’, ହନୁମା ବିହାରୀ ଏବଂ ଶୁଭମ ଗିଲଙ୍କ ଭଳି ଭଲ ଖେଳାଳି ସୃଷ୍ଟି ହୋଇ ପାରିଛନ୍ତି।
Image Courtesy of Sportskeedaସମ୍ପ୍ରତି ସେ ବେଙ୍ଗାଲୁରୁସ୍ଥିତ ‘ନ୍ୟାସ୍ନାଲ୍ କ୍ରିକେଟ୍ ଏକାଡେମି’ର ମୁଖ୍ୟ ଅଛନ୍ତି।
ପରିଚୟ ଗୁପ୍ତ ରଖିବାକୁ ଅନୁରୋଧ କରି ‘ବିସିସିଆଇ’ର ଜଣେ କର୍ମଚାରୀ ଗଣମାଧ୍ୟମକୁ କହିଛନ୍ତି, ‘ହଁ, ୨୦୨୩ ବିଶ୍ୱ କପ୍ ପର୍ଯ୍ୟନ୍ତ ଭାରତୀୟ ଟିମ୍କୁ ତାଲିମ ଦେବାକୁ ରାହୁଲ୍ ରାଜି ହୋଇଛନ୍ତି। ପ୍ରଥମେ ସେ କୁଣ୍ଠାବୋଧ କରୁଥିଲେ, କିନ୍ତୁ ‘ଆଇପିଏଲ୍’ ଫାଇନାଲ୍ରେ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ସଚିବ ଜୟ ଶାହାଙ୍କ ସହ ବୈଠକ ପରେ ସେ ଏଥିପାଇଁ ରାଜି ହୋଇଛନ୍ତି।
Follow Us