Photo: India Today
ନୂଆଦିଲ୍ଲୀ: ‘ଦ ବଲ’ ନାମରେ ଜଣାଶୁଣା ଭାରତୀୟ କ୍ରିକେଟ୍ର ପୂର୍ବତନ ବ୍ୟାଟସ୍ମ୍ୟାନ୍ ରାହୁଲ ଦ୍ରାବିଡ଼ଙ୍କ ପୁଅ ସମିତ ଅଳ୍ପ ବୟସରୁ କ୍ରିକେଟ୍ ପିଚ୍ରେ ନିଜର ପ୍ରତିଭା ଦେଖାଇଛନ୍ତି। ଭାରତୀୟ କ୍ରିକେଟ୍ ଟିମ୍ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ପୁଅ ସମିତ ବିଦ୍ୟାଳୟସ୍ତରୀୟ ୧୪ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ଦ୍ୱିଶତକ ହାସଲ କରିଛନ୍ତି। ସେ ୧୪୬ଟି ବଲ ଖେଳି ଏହି ଅଭିଜ୍ଞତା ହାସଲ କରିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଟିଆର ଶିଲ୍ଡ ୧୪ ବର୍ଷରୁ କମ, ଡିଭିଜନ-୨ ଟୁର୍ଣ୍ଣାମେଣ୍ଟରେ ନିଜ ସ୍କୁଲ ତରଫରୁ ପ୍ରତିନିଧିତ୍ୱ କରି ସମିତ ଦ୍ରାବିଡ଼ ଶନିବାର କେବଳ ୧୪୬ଟି ବଲ ଖେଳି ଦ୍ୱିଶତକ ରନ୍ ସଂଗ୍ରହ କରିଛନ୍ତି। ସମିତଙ୍କ ଏହି ଇନିଂସରେ ୩୩ଟି ଚୌକା ସାମିଲ ଥିଲା। ସବୁଠାରୁ ବଡ଼ କଥା ହେଲା ଯେ, ସମିତ ୨ ମାସ ମଧ୍ୟରେ ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି।
ସମିତଙ୍କ ଟିମ୍ ମାଲ୍ୟା ଅଦିତି ସ୍କୁଲ ଶ୍ରୀ କୁମାରନ ଚିଲଡ୍ରେନ୍ ଏକାଡେମୀ ବିପକ୍ଷରେ ୫୦ ଓଭରରେ ୩ଟି ଓ୍ଵିକେଟ ହରାଇ ୩୭୭ ରନ୍ ସଂଗ୍ରହ କରିଥିଲା। ଏହି ଟିମ୍ ୨୬୭ ରନ୍ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା।
ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବରରେ ସମିତ ୧୪ ବର୍ଷରୁ କମ ଇଣ୍ଟର ଜୋନାଲ ଟୁର୍ଣ୍ଣାମେଣ୍ଟରେ ଧାରଓ୍ଵାଡ ଜୋନ ବିପକ୍ଷରେ ଭାଇସ୍-ପ୍ରେସିଡେଣ୍ଟ ଏକାଦଶ ପାଇଁ ଖେଳି ୨୫୬ ବଲ୍ରେ ୨୦୧ ରନ୍ ସଂଗ୍ରହ କରିଥିଲେ। ସେହି ମ୍ୟାଚ୍ରେ ସମିତ ୩ଟି ଓ୍ଵିକେଟ୍ ମଧ୍ୟ ନେଇଥିଲେ।
Follow Us