ପଞ୍ଚମ ଭାରତୀୟ ଭାବେ ଆଇସିସିର ହଲ୍ ଅଫ୍‌ ଫେମ୍‌ରେ ସ୍ଥାନ ପାଇଲେ ରାହୁଳ ଦ୍ରାବିିଡ

Advertisment
ପଞ୍ଚମ ଭାରତୀୟ ଭାବେ ଆଇସିସିର ହଲ୍ ଅଫ୍‌ ଫେମ୍‌ରେ ସ୍ଥାନ ପାଇଲେ ରାହୁଳ ଦ୍ରାବିିଡ

େଓ୍ଵଲିଂଟନ୍‌: ଇଣ୍ଟନ୍ୟାସନାଲ କ୍ରିକେଟ କାଉନସିଲ( ଆଇସିସି)ର ହଲ ଅଫ୍‌ ଫେମ୍‌ରେ ୫ମ ଭାରତୀୟ କ୍ରିକେଟ ଖେଳାଳି ଭାବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିିଡ୍‌ ସ୍ଥାନ ପାଇଛନ୍ତି। ରବିବାର ଦିନ ଗଣମାଧ୍ୟମ ପ୍ରତିନିଧି ଓ ହଲ ଅଫ୍‌ ଫେମ୍‌ରେ ସ୍ଥାନ ପାଇଥିିବା ପୂର୍ବତନ ଖେଳାଳିମାନେ ଦ୍ରାବିିଡଙ୍କ ସହିତ ଅଷ୍ଟ୍ରେଲିୟା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳର ପୂର୍ବତନ ଓ୍ଵିକେଟ କିପର କ୍ଲେୟାର ଟେଲରଙ୍କୁ ହଲ ଅଫ ଫେମ୍‌ରେ ସ୍ଥାନ ଦେବା ପାଇଁ ଚୟନ କରିଥିଲେ।

ସୂଚନାଯୋଗ୍ୟ ଯେ,ଦ୍ରାବିିଡ୍‌ଙ୍କ ପୂର୍ବରୁ ହଲ୍‌ ଅଫ ଫେମ୍‌ରେ ମହାନ ଭାରତୀୟ ସ୍ପିନର ବିଶେନ ସିଂହ ବେଦୀ, ଭାରତୀୟ ଦଳର ୩ ଜଣ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର, କପିଳ ଦେବ ୨୦୦୯ ମସିହାରେ ଓ ଅନୀଲ କୁମ୍ବଲେ ୨୦୧୫ ମସିହାରେ ଆଇସିସି ହଲ ଅଫ ଫେମ୍‌ରେ ସ୍ଥାନ ପାଇଛନ୍ତି। ଭାରତର ମାତ୍ର ୫ ଜଣ କ୍ରିକେଟିୟର ଏହି ହଲ ଅଫ ଫେମ୍‌ରେ ସ୍ଥାନ ପାଇଥିିବା ବେଳେ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିଙ୍କି ପଣ୍ଟିଂକୁ ମିଶାଇ ଅଷ୍ଟ୍ରେଲିଆର ୨୫ ଜଣ ଏଥିରେ ସ୍ଥାନ ପାଇଛନ୍ତି।

ପ୍ରକାଶଯୋଗ୍ୟ ଯେ ଉଭୟ ଦିନିକିଆ ଓ ଟେଷ୍ଟ କ୍ରକେଟରେ ଦ୍ରାବିିଡ ୧୩ହଜାର ୨୮୮ ରନ୍‌ ସଂଗ୍ରହ କରିଛନ୍ତି। ଦ୍ରାଭିଡ଼୍‍ ୧୬୪ ଟି ଟେଷ୍ଟ ଖେଳି ୩୬ଟି ଶତକ ସହିତ ୧୦୮୮୯ ରନ୍‌ ସଂଗ୍ରହ କରିଥିବା ବେଳେ ଦିନିକିଆରେ ମଧ୍ୟ ୧୨ଟି ଶତକ ଅର୍ଜନ କରିଛନ୍ତି। ଆଇସିସି ହଲ ଅଫ୍‌ ଫେମ୍‌ରେ ସ୍ଥାନ ପାଇବା ପରେ ନିଜ ପ୍ରତିକ୍ରିୟାରେ ଦ୍ରାବିିଡ୍‌ କହିଛନ୍ତି ଯେ ବିଶ୍ୱର ସର୍ବକାଳୀନ ମହାନ ଖେଳାଳିମାନଙ୍କ ମଧ୍ୟରେ ସ୍ଥାନ ପାଇବା ନିଶ୍ଚିତ ଭାବେ ଗୌରବର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe