Advertisment

ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ୍ ହେବେ ଟିମ୍ ଇଣ୍ଡିଆର କୋଚ୍, ୭ବର୍ଷ ପରେ ଭାରତୀୟ ଦଳ ସହ ଯୋଡିହେବେ ରାହୁଲ

Advertisment
ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ୍ ହେବେ ଟିମ୍ ଇଣ୍ଡିଆର କୋଚ୍, ୭ବର୍ଷ ପରେ ଭାରତୀୟ ଦଳ ସହ ଯୋଡିହେବେ ରାହୁଲ

Hindustan Times

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଆଉ ଏହି ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ରହିବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ମାସରେ ୩ଟି ଦିନିକିଆ ମ୍ୟାଚ୍ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ତେବେ ରାହୁଲ ଦ୍ରାବିଡ୍ ଭାରତ-ଏ ଏବଂ ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର କୋଚ୍ ରହିଥିଲେ ।

Rahul Dravid To Coach Team India On Sri Lanka Tour: Report | Cricket News NDTV Sports

ତେବେ ସିନିୟର ଟିମ୍ ସହ ଦ୍ୱିତୀୟ ଥର ପାଇଁ ଯୋଡି ହେବାକୁ ଯାଉଛନ୍ତି ରାହୁଲ ଦ୍ରାବିଡ । ଏହା ପୂର୍ବରୁ ୨୦୧୪ରେ ଇଂଲଣ୍ଡ ଗସ୍ତ ସମୟରେ ଭାରତୀୟ ଟିମର ବ୍ୟାଟିଂ ପରାମର୍ଶଦାତା ରହିଥିଲେ ରାହୁଲ । ଜୁଲାଇ ୫ ତାରିଖରେ ଶ୍ରୀଲଙ୍କାରେ ପହଞ୍ଚିବ ଟିମ୍ ଇଣ୍ଡିଆ । ପ୍ରଥମ ଦିନିକିଆ ମ୍ୟାଚ୍ ଜୁଲାଇ ୧୩ରେ ଖେଳାଯିବ, ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୬ରେ ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୯ରେ ଖେଳାଯିବ । ସେହିପରି ୨୨ ଜୁଲାଇରେ ପ୍ରଥମ ଟି-୨୦ ମ୍ୟାଚ୍, ୨୪ ଜୁଲାଇରେ ଦ୍ୱିତୀୟ ଟି-୨୦ ଏବଂ ୨୭ ଜୁଲାଇରେ ତୃତୀୟ ଟି-୨୦ ଖେଳାଯିବ । ସମସ୍ତ ମ୍ୟାଚ୍ କୋଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe