ଦିଲ୍ଲୀ କ୍ୟାପିଟାଲ୍‌ସ ଅଧିନାୟକ ପଦକୁ ରାହୁଲଙ୍କ ପ୍ରତ୍ୟାଖ୍ୟାନ

Advertisment

ଭାରତୀୟ କ୍ରିକେଟ୍ ଦଳର ଚାମ୍ପିଅନ୍ସ ଟ୍ରଫି ବିଜୟରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୱିକେଟ୍‌ରକ୍ଷକ କେଏଲ୍ ରାହୁଲ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସର ନେତୃତ୍ବ ନେବେନି।

ଭାରତୀୟ କ୍ରିକେଟ୍ ଦଳର ଚାମ୍ପିଅନ୍ସ ଟ୍ରଫି ବିଜୟରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୱିକେଟ୍‌ରକ୍ଷକ କେଏଲ୍ ରାହୁଲ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସର ନେତୃତ୍ବ ନେବେନି।

sfsfsfsf

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚାମ୍ପିଅନ୍ସ ଟ୍ରଫି ବିଜୟରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୱିକେଟ୍‌ରକ୍ଷକ କେଏଲ୍ ରାହୁଲ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସର ନେତୃତ୍ବ ନେବେନି। ଦଳ ପକ୍ଷରୁ ତାଙ୍କୁ ଅଧିନାୟକ ପଦ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ରାହୁଲ ଏହାକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ଦେଇଥିବା ଜଣାପଡ଼ିଛି। ରାହୁଲ ଗତ ତିନି ବର୍ଷ ହେବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳର ଅଧିନାୟକ ଦାୟିତ୍ବ ତୁଲାଇ ଆସୁଥିଲେ। ହେଲେ ଲକ୍ଷ୍ନୌ ଚଳିତବର୍ଷର ମେଗା ନିଲାମ ପୂର୍ବରୁ ତାଙ୍କୁ ରିଟେନ୍ କରି ନଥିଲା। ଫଳରେ ଦିଲ୍ଲୀ କ୍ୟାପିଟାଲ୍‌ସ ରାହୁଲଙ୍କୁ ୧୪ କୋଟି ଟଙ୍କାରେ କିଣି ଥିଲା।

ଏହା ପରେ ଅଧିନାୟକ ହେବା ଲାଗି ରାହୁଲଙ୍କ ସହ ଆଲୋଚନା ଆରମ୍ଭ କରିଥିଲା। ତେବେ ଅଧିନାୟକ ହେବା ପରିବର୍ତ୍ତେ ଜଣେ ବରିଷ୍ଠ ଖେଳାଳିଭାବେ ଦଳର ବିଜୟରେ ପ୍ରମୁଖ ଭୂମିକ‌ା ତୁଲାଇବାକୁ ସେ ଚାହିବେ  ବୋଲି ରାହୁଲ କହିଥିଲେ। ଯାହାକୁ ସମ୍ମାନ ଜଣାଇବାକୁ ଯାଇ ଦିଲ୍ଲୀ କ୍ୟାପିଟାଲ୍‌ସ ଅଲରାଉଣ୍ଡର୍ ଅକ୍ଷର ପଟେଲଙ୍କୁ ଅଧିନାୟକ କରିବାକୁ ଚିନ୍ତା କରୁଛି। ଅକ୍ଷର ସଂପ୍ରତି ଚମତ୍କାର ଫର୍ମରେ ରହିଥିଲା ବେଳେ ଭାରତର ଐତିହାସିକ ଚାମ୍ପିଅନ୍ସ ଟ୍ରଫି ବିଜୟରେ ସେ ମଧ୍ୟ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ଗତ ଜାନୁଆରି-ଫେବ୍ରୁଆରିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅକ୍ଷର ଉପଅଧିନାୟକ ଦାୟିତ୍ବରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe