ରାହୁଲ ଭାରତର ‘ମିଷ୍ଟର ୩୬୦’: ବାଙ୍ଗର

Advertisment
ପଞ୍ଜାବ୍‌ କିଙ୍ଗ୍ସ ଛାଡ଼ିବେ ରାହୁଲ

The Asian Age

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେଏଲ୍. ରାହୁଲଙ୍କୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ବ୍ୟାଟିଂ ପ୍ରଶିକ୍ଷକ ସଂଜୟ ବାଙ୍ଗର ପ୍ରଶଂସା କରିଛନ୍ତି। ଏପରିକି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କ ସହ ରାହୁଲଙ୍କୁ ତୁଳନା କରିଥିଲା ବେଳେ ପଡ଼ିଆର ଚାରିପଟକୁ ସଟ୍‌ ଖେଳିବାର ଦକ୍ଷତା ଯୋଗୁଁ ତାଙ୍କୁ ଭାରତର 'ମିଷ୍ଟର ୩୬୦' ଭାବେ ବର୍ଣ୍ଣନା କରିଛନ୍ତି।

ଚଳିତ ସଂସ୍କରଣରେ ରାହୁଲ ଆର୍‌ସିବି ବିପକ୍ଷରେ ୧୩୨ ରନ୍‌ର ଶତକୀୟ ପାଳି ଖେଳିଥିଲେ। ଜଣେ ଅଧିନାୟକ ଭାବେ ଏହା ସର୍ବାଧିକ ବ୍ୟକ୍ତିଗତ ରନ୍‌‌ ହୋଇଥିଲା ବେଳେ ପ୍ରଥମ ଭାରତୀୟ ଖେଳାଳି ଭାବେ ମଧ୍ୟ ଏହା ସବୁଠୁ ଅଧିକ ରନ୍‌ ଥିଲା। ରାହୁଲଙ୍କ ସହ ମୟଙ୍କ ଅଗ୍ରୱାଲ ପଞ୍ଜାବର ବ୍ୟାଟିଂ କ୍ରମକୁ ଗୋଟିଏ ପଟରୁ ସମ୍ଭାଳି ନେଉଛନ୍ତି। ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୯୨ ରନ୍‌କୁ ପିଛା ବେଳେ ଦଳ ୧୪୩ ରନ୍‌ କରିପାରିଥିଲା, ତଥାପି ରାହୁଲ ଓ ମୟଙ୍କ ଯୋଡ଼ି ଦୃଢ ମୂଳଦୁଆ ପକାଇପାରିଥିଲେ। ମୟଙ୍କଙ୍କ ଉପରେ ମଧ୍ୟ ବାଙ୍ଗର ଆତ୍ମହରା ହୋଇପଡ଼ିଥିଲା ବେଳେ ଦିନକୁ ଦିନ ତାଙ୍କ ଖେଳରେ ଉନ୍ନତି ଆସୁଥିବା ସେ କହିଛନ୍ତି। ଦଳକୁ ବିଜୟର ଦ୍ବାରରେ ପହଞ୍ଚାଇବା ଭଳି ଦକ୍ଷତା ମୟଙ୍କଙ୍କ ପାଖରେ ଥିବା ବାଙ୍ଗର କହିଛନ୍ତି। ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ପରେ ମୟଙ୍କ, ରାହୁଲଙ୍କ ପାଖରୁ କମଳା ଟୋପି ଛଡ଼ାଇ ଆଣିଛନ୍ତି। ସେ ବର୍ତ୍ତମାନ ୪ ମ୍ୟାଚରୁ ୬୧.୫୦ ହାରରେ ୨୪୬ ରନ୍‌ ସଂଗ୍ରହ କରିଛନ୍ତି। ରାହୁଲ ୭୯.୬୬ ହାରରେ ୨୩୯ ରନ୍‌ କରି ଦ୍ବିତୀୟରେ ଅଛନ୍ତି। ଉଭୟ ଏହି ପ୍ରତିଯୋଗିତାରେ ଗୋଟିଏ ଲେଖାଏଁ ଶତକ ଅର୍ଜନ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe